ନିଷିଦ୍ଧାଞ୍ଚଳ ରେ ମାଛ ମାରୁଥିବା ଟ୍ରଲର ଜବତ..
ଅସ୍ତରଙ୍ଗ,,ନଭେମ୍ବର ୧ ତାରିଖରୁ ଅଲିଭ ରିଡେଲ୍ କଇଁଚ ମାନଙ୍କ ସଙ୍ଗମ ଓ ଅଣ୍ଡାଦାନ ଋତୁ ଆରମ୍ଭ ହୋଇ ଥିବାରୁ ବନ ବିଭାଗ ଓ ମତ୍ସ୍ୟ ବିଭାଗ ର ମିଳିତ ସହଯୋଗ ରେ ୬ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ଯନ୍ତ୍ର ଚାଳିତ ଡଙ୍ଗା ଓ ମାଛ ଧରା ଟ୍ରଲର ଉପରେ କଟକଣା ଲାଗୁ କରା ଯାଇଛି । କଟକଣା ଲାଗୁ ହେବାର ୭ ଦିନ ପୁରିବାକୁ ଯାଉ ଥିବା ବେଳେ,ଅସ୍ତରଙ୍ଗ ରେଞ୍ଜ ତରଫରୁ ସମୁଦ୍ର ରେ ଗୁରୁବାର ଦିନ ପ୍ରଥମ ପେଟ୍ରୋଲିଙ୍ଗି ଆରମ୍ଭ କରାଯାଇ ଥିଲା । ପେଟ୍ରୋଲିଙ୍ଗ ଦଳ ଦେବୀ ମୁହାଁଣ ଅତିକ୍ରମ କରି କିଛିବାଟ ଗଲା ପରେ ଦେବୀ ମୋଉଥ ର ଅନତି ଦୂରରେ ସମୁଦ୍ରରୁ ମାଛ ମାରୁଥିବା ଏକ ଟ୍ରଲର ଧାରା ପଡ଼ିଥିଲା। ଟ୍ରଲର ଟି ର ନାମ ଜୟ ମା ଶାରଳା ୨ ରହିଥିବା ବେଳେ,ତାର ନମ୍ୱର୍ ହେଉଛି ଆଇ ଏନ୍ ଡି,୦୪ ଏମ ଏମ,୧୨ । ସେହି ମାଛ ଧାରା ଟ୍ରଲର ରେ ୭ ଜଣ ମାତ୍ସ ଯିବି ରହି ଛନ୍ତି । ସେମାନଙ୍କୁ ବନବିଭାଗ ଅଟକ ରଖି ପଚରା ଉଚରା କରିବା ସହ ଟ୍ରଲର ରେ ଥିବା ମାଛ କୁ ମଧ୍ୟ ଜବତ କରି ମତ୍ସ ବିଭାଗ କୁ ହସ୍ତାନ୍ତର କରିଛି। ଏହି ପେଟ୍ରୋଲିଙ୍ଗ ଦଳର ନେତୃତ୍ଵ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ନେଇଥିବା ବେଳେ,ମୁହାଁଣ ମୁଁହ ଫରେଷ୍ଟ ର ମାନସ ବେହେରା ,ଫରେଷ୍ଟର ବବୁଲ ମଳିକ,ଙ୍କ ସମେତ ପୋଲିସ ଫୋର୍ସ,ଫରେଷ୍ଟ ଗାର୍ଡ, ପ୍ରଭୁତି ସାମିଲ ଥିଲେ
।ଦୁଃଶାସନ ନାୟକ,ଅସ୍ତରଙ୍ଗ