December 3, 2024

ଉମରକୋଟ ନିକଟସ୍ଥ ରୁ.ଭି ୫୨ ନଂ ଠାରେ ଅଚାନକ ଫୁଡସେପ୍ଟି ଅଧିକାରୀ ଙ୍କ ଯାତ୍ରାରେ ଲାଗିଥିବା ଦୋକାନ ବଜାର ଉପରେ ଚଢାଉ…….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି- ୫୨ ବଙ୍ଗୀୟ ଗ୍ରାମ ଠାରେ ଦେଖିବାକୁ ମିଳିଛି ଉତ୍ସବ ର ମାହୋଲ୍ ଏଠାରେ ଦଶ ଦିନ ଧରି ପୂଜା ପାଆନ୍ତି ମାଁ ଶ୍ୟାମା କାଳୀ । ବଙ୍ଗୀୟ ପରମ୍ପରା ଓ ରୀତିନୀତି ଅନୁସାରେ ଏହି କାଳୀ ପୂଜା ପୂଜାର୍ଚ୍ଚନା ଚାଲିଥାଏ। ଏହି କାଳୀପୂଜା ଦେଖିବାକୁ ଜିଲ୍ଲା ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି । ଏଥିସହ ଛତିଶଗଡ଼, ମହାରାଷ୍ଟ୍ର , ଆନ୍ଧ୍ର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ରୁ ମଧ୍ୟ ଅନେକ ଭକ୍ତ ଆସିଥାନ୍ତି। ଏହି କାଳୀପୂଜା 10 ଦିନ ମଧ୍ୟ ରେ ବେଶ୍ ଗହଳି ଚହଳି ଲାଗି ରହିଥାଏ ।ଶ୍ରଦ୍ଧାଳୁ ଙ୍କୁ ଆକର୍ଷିତ କରିବା ପାଇଁ ମିନା ବଜାର ଓ ମେଳା ଲାଗିଥାଏ ।ଏହି କାଳୀ ପୂଜା ଜୋରସୋରରେ ଚାଲିଥିବା ବେଳେ ବିଭିନ୍ନ ଅସ୍ଥାୟୀ ହୋଟେଲ , ଜଳଖିଆ ଦୋକାନ ଫାଷ୍ଟଫୁଡ ହୋଟେଲ ଠାରେ ସୁଆଦିଆ ଖାଦ୍ୟ ନାଁ ରେ ବାସି, କଲର ଦିଆ ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଗ୍ରାହକ ଆହାର ବଦଳରେ ଜହର ଖାଇ ରୋଗ କିଣୁଛନ୍ତି। ପ୍ରଶାସନର ଧରପଗଡ଼, ନମୁନା ସଂଗ୍ରହ ହେଉ ନ ଥିବାରୁ ଅସାଧୁ ତଥା ଲାଭଖୋର ବ୍ୟବସାୟୀମାନେ ଗ୍ରାହକଙ୍କୁ ଏପରି ନିମ୍ନମାନର ଖାଦ୍ୟ ବିକ୍ରି କରି ଗ୍ରାହକଙ୍କୁ ମରଣ ମୁହଁ ରେ ଠେଲି ଦିଆଯାଉଛି । ଜିଲ୍ଲା ର ଫୁଡ୍ ସେଫ୍ଟି ଅଧିକାରୀ ମାନେ ଅଚାନକ ଉମରକୋଟ ଅଞ୍ଚଳ ରେ ହେଉଥିବା ଯାତ୍ରା ରେ ଲାଗିଥିବା ଫାଷ୍ଟଫୁଡ , ମିଠା ଦୋକାନ, ହୋଟେଲ , ଜଳଖିଆ ଦୋକାନ ଓ ଗୁଟଖା ଦୋକାନ ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ଅଧିକାଂଶ ବାସିଖାଦ୍ୟ , ବାସିତେଲ , ଗୁଟଖା, କଲର , ଆଦି ଜିନିଷ କୁ ତାଗିଦ କରିଥିଲେ ଓ ଫୋପାଡିବାକୁ ଦୋକାନୀ କୁ କହିଥିଲେ ଓ ଫାଇନ କାଟିଥିଲେ । ଦୋକାନୀ ମାନଙ୍କୁ କହିଥିଲେ ଗ୍ରାହକଙ୍କୁ ଭଲ ଖାଦ୍ୟ ଦେବାକୁ କହିଥିଲେ। ଏହି ଚଢ଼ାଉ ରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ନବକିଶୋର ବେହେରା , ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ଓ ସମସ୍ତ ଟିମ ସାମିଲ ହୋଇଥିଲେ।।