March 12, 2026

ପୋଡଗଡରେ ଶାନ୍ତି କମିଟି ଗଠନ..

IMG-20251007-WA0063
Share

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

ଗଂଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପୋଡଗଡ ଗ୍ରାମରେ ଦେଖା ଦେଖାଦେଇଥିବା ଗୋଷ୍ଠି ସଂଘର୍ଷର ଅବସାନ ଘଟାଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। କ୍ଷତ୍ରିୟ ଖଣ୍ଡାୟତ କୁଳର ବାଇଶି ମୌଜା ସଭାପତି ଶ୍ରୀ ପିତାମ୍ବର ସ୍ୱାଇଁଙ୍କ ଆହ୍ବାନ କ୍ରମେ ଉକ୍ତ ମୌଜାର ସଭ୍ୟମାନଙ୍କୁ ନେଇ ବାବା ଶ୍ରୀ ବଟେଶ୍ୱର ପୀଠ କଣ୍ଟିଆଗଡଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାର ପ୍ରାରମ୍ଭରେ ବାଇଶି ମୌଜାର ଅନ୍ୟତମ ସକ୍ରିୟ ସଭ୍ୟ ଆଇନଜୀବୀ ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ବାରିକ (ପୁଇଁତଳା) ଙ୍କ ଅକାଳ ବିୟୋଗରେ ସ୍ଵର୍ଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ସଭାପତିଙ୍କ ପରାମର୍ଶ କ୍ରମେ ପୋଡାଗଡର ଉଭୟ ଗୋଷ୍ଠୀଙ୍କ ବୟାନ ରେକର୍ଡ ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ଗ୍ରାମ୍ୟ କମିଟି ପୁନଃଗଠନ,କୋଠ ଆୟବ୍ୟୟ ହିସାବ ପ୍ରଦାନରେ ଅବହେଳା ଓ ଗ୍ରାମ୍ୟ କୋଠଘର ନିର୍ମାଣକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ଦୂର କରିବା ପାଇଁ ସଭା ତରଫରୁ ଗାଁର ବିଭିନ୍ନ ବଂଶ ତରଫରୁ ଅନୁପାତିକ ଭାବରେ ସଭ୍ୟ ନେଇ ଏକ ୧୫ ଜଣିଆ କମିଟି ଗଠନୁ କରାଯାଇଥିଲା। କମିଟିର ସୁପରିଚାଳନା ସକାଶେ ଏକ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସଭ୍ୟ ଶ୍ରୀ ବିଜୟ କୁମାର ବିଶ୍ଵାଳଙ୍କୁ ଦାୟିତ୍ବ ଦିଆଗଲା। ଆସନ୍ତା ତା -୧୨.୧୦.୨୦୨୫ ରିଖରେ ନବ ମନୋନୀତ ୧୫ ଜଣିଆ କମିଟିର ସଭାପତି, ସଂପାଦକ ଆଦି କର୍ମକର୍ତ୍ତା ନିର୍ବାଚିତ କରିବା ସଙ୍ଗେ ସଙ୍ଗେ ଗତ କମିଟିର ଆୟବ୍ୟୟ ହିସାବ ଯାଞ୍ଚ ଓ କୋଠଘର ନିର୍ମାଣ ସକାଶେ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ସମ୍ପାଦନ କରିବା ପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଶ୍ରୀ ବାନାମ୍ବର ପଲାଇ, ରବୀନ୍ଦ୍ର ପ୍ରଧାନ, ଦିଲ୍ଲୀପ ଛୋଟରାୟ , ରଘୁ ପ୍ରଧାନ, ଶଙ୍କର ବାରିକ, ବୀରେନ ପ୍ରଧାନ, ଯୋଗେଶ ସାହୁ, ଅମୂଲ୍ୟ ଦଳେଇ, ସୁଦର୍ଶନ ସାହୁ, ସଞ୍ଜୀବ ନାୟକ, ଯତିରାଜ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, କାମେଶ୍ୱର ପଲେଇ, କେଦାରନାଥ ସ୍ୱାଇଁ, ଦୁର୍ଯ୍ୟୋଧନ ନାୟକ,ବିଜୟ ଗୌଡ଼, ଆଇନଜୀବୀ କୈଳାସ ପଲାଇ, ସୁନୀଳ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ଶ୍ରୀ ଜୟସେନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।