July 1, 2024

ପ୍ରତିଶୃତି ପାଇବା ପରେ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ପ୍ରତିହାର ଆସନ୍ତା ମାସର ରହିବ ହୀରାଖଣ୍ଡ

Share

ପ୍ରତିଶୃତି ପାଇବା ପରେ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ପ୍ରତିହାର ଆସନ୍ତା ମାସର ରହିବ ହୀରାଖଣ୍ଡ

=======≠=======≠===

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମୁଖର ଦିଆଯାଇଥିବା ଧାରଣା ଶୁକ୍ରବାର ପ୍ରତିହାର ହୋଇଛି l ଏନେଇ ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଗଞ୍ଜାମ ଷ୍ଟେସନ ଠାରେ ରହିବ ଏବଂ ରେଳ ବିଭାଗ ଉଚ୍ଚ କତୃପକ୍ଷଙ୍କ ଆଲୋଚନା ପରେ ପୁରୀ ତିରୁପତି ଏକ୍ସପ୍ରେସ ଟ୍ରେନ ରହିବା ଉପରେ ନିସ୍ଵତୀ ନିଆଯିବ ବୋଲି ଖୋର୍ଦ୍ଧା ଡିଆରଏମଙ୍କ ପ୍ରତିନିଧି ତଥା ଡିଭିଜିନାଲ କମର୍ସିୟାଲ ମେନେଜର ଗିରିଶ ଚନ୍ଦ୍ର ନାୟକ ଲିଖିତ ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିବା ବରିଷ୍ଠ ନାଗରିକଙ୍କ ପକ୍ଷରୁ ସୂଚନା ମିଳିଛି l ଗତକାଲି ଏନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ଲେଖିଥିଲେ l ସାଂସଦ ସାହୁଙ୍କୁ ମଧ୍ୟ ରେଳ ବିଭାଗ ପକ୍ଷରୁ ଉକ୍ତ ଚିଠି ପ୍ରଦାନ କରାଯାଇଥିବା ଜଣା ପଡିଛି l ଏଥିସହ ପୌରାଞ୍ଚଳ ବରିଷ୍ଠ ନାଗରିକ ରାଷ୍ଟ୍ର ରେଳ ମନ୍ତ୍ରୀ ଦର୍ଶନl ଜୋର୍ଧ୍ୱସଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ସିଆରପିଏଫ ଏଏସସି ସତୀଶ ଚନ୍ଦ୍ର ସାହେ ଉପସ୍ଥିତ ଥିଲେ l ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ପୌରାଞ୍ଚଳ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ମଙ୍ଗରାଜ ପଣ୍ଡା, ରମେଶ ଚନ୍ଦ୍ର ପଟ୍ଟନାୟକ, ପ୍ରଭାକର ପାଣିଗ୍ରାହୀ, ବ୍ରଜ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏନଏସି ବିଜେଡି ଯୁବସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଭାଗ୍ୟ ରେଡ଼ି, ଗ୍ରାସୀମ କମ୍ପାନୀ ୟୁନିୟନ ସମ୍ପାଦକ ଶ୍ୟାମା ରେଡ଼ି,ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ବଣିକ ସଙ୍ଘ ସଭାପତି ଶଙ୍କର ବାରିକି, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l