March 12, 2026

ଝରାପାଲି ମାର୍କେଟରେ ମାଗଣା ଚକ୍ଷୁ ଚିକିତ୍ସା ଓ ମଧୁମେହ ରୋଗୀଙ୍କ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି

IMG-20250907-WA0056
Share

 

 

ବରଗଡ,ସୁରେନ୍ଦ୍ର କଠାର

 

ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ, ଲିଓ କ୍ଲବ ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ସହଯୋଗରେ ମାଗଣାରେ ଗରିବ ଲୋକଙ୍କ ପାଇଁ ଚକ୍ଷୁ ଚିକିତ୍ସା ଓ ମଧୁମେହ ରୋଗୀଙ୍କ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅକ୍ଷୟ ପଧାନ ଉଦଘାଟନ କରିଥିଲେ। ଏଥିରେ ୧୩୮ଜଣ ଚକ୍ଷୁ ପରୀକ୍ଷା, ୧୦୦ଜଣ କଂର ମଧୁମେହ ରୋଗୀଙ୍କ ପରୀକ୍ଷା କରାଯାଇଥିଲା। ମାଗଣାରେ ୭୪ ଜଣ କୁଂ ଚଷମା ପ୍ରଦାନ ଓ ୨୧ଜଣ ବୃଦ୍ଧ, ବୃଦ୍ଧା କୁଂ ଚକ୍ଷୁ ଅପରେସନ ପାଇଁ ତ୍ରିଲୋଚନ ନେତ୍ରାଲୟ ସଂବଲପୁର କୁ ପଠାଯାଇଥିଲା। ଏହି ଶିବିର ତ୍ରିଲୋଚନ ନେତ୍ରାଳୟ, ସଂବଲପୁର ର ଡାଃ ଶସମିତା, ସୁମନ୍ତ ଭୋଇ, ଲିପି, ରୋହିତ, ପ୍ରୀତି, ନିକିତା ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏଥିରେ ଲାୟନ୍ସ କ୍ଲବର ଓ ଲିଓ କ୍ଲବ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ଲାୟନ୍ସ କ୍ଲବର ପୂର୍ବତନ ସଭାପତି ଲାୟନ୍ସ ଅମୀୟ କୁମାର ମେହେର, ଲାୟନ୍ସ ହରେକୃଷ୍ଣ ପ୍ରଧାନ,ଲାୟନ୍ସ ଶିଶିର କୁମାର ଭୋଇ, ଲାୟନ୍ସ ସନ୍ତୋଷ କୁମାର ପାଢ଼ୀ, ଲାୟନ୍ସ ଭୈରବ ଚରଣ ହୋତା, ଲାୟନ୍ସ ଧନପତି ଷଣ୍ଡ , ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ, ଲାୟନ୍ସ ବିମଲ ଅଗ୍ରୱାଲ, ଲାୟନ୍ସ କୁଶ ପଧାନ, ବଲରାମ ସାହାଣୀ,ୟୁ ରମେଶ, ବିନୟ, ନିଲ, ରାହୁଲ ଚନ୍ଦ୍ରମ।

ପରିଶେଷରେ ଲାୟନ୍ସ ଶଂକରଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।