ପୁରୀ ରୋଟାରୀ କ୍ଳବ ପକ୍ଷରୁ ଇମ୍ପ୍ରେସନ ନାଇଟ ଅନୁଷ୍ଠିତ
ଚ୍ର ଓ କାର୍ଯ୍ୟକ୍ରମ ସଂପର୍କରେ ମତାମତ ସଂଗ୍ରହ କରିବା ଓ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିବା ଲକ୍ଷ୍ୟରେ ପୁରୀ ରୋଟାରୀ କ୍ଲବ ପକ୍ଷରୁ ଇମ୍ପ୍ରେସନ ନାଇଟ୍ ବୁଧବାର ସଂଧ୍ୟାରେ ସ୍ଥାନୀୟ ରେଡକ୍ରସ ରୋଡ଼ସ୍ଥ ଜାନକୀପ୍ରାଇଡ଼ ହୋଟେଲ୍ ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କ୍ଲବର ବିଗତବର୍ଷ ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସଂପାଦକ ଶୈଳେଶ କୁମାର ବେହେରା ଓ ସେହିବର୍ଷର ମେଣ୍ଟର ପ୍ରାକ୍ତନସଭାପତି ଭୀମସେନ ପାତ୍ର ମଞ୍ଚାସୀନ ଥିଲେ। ଏହି ଧନ୍ୟବାଦ ପ୍ରଦାନ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ବିଗତ ବର୍ଷର ପ୍ରାନ୍ତପାଳ ବା ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶୀଷ ମହାପାତ୍ର। ପ୍ରାକ୍ତନ ସଭାପତି ଶ୍ରୀ ପାତ୍ର ତାଙ୍କ କାର୍ଯ୍ୟକାଳ ବର୍ଷର ସମସ୍ତ ସଫଳତାର ଶ୍ରେୟ ସେଠାରେ ଉପସ୍ଥିତ ଥିବା ପୁରୀ ରୋଟାରୀ କ୍ଲବ ଓ ପୁରୀ ଇନରହ୍ବିଲ୍ କ୍ଲବ ର ସଦସ୍ୟ ସଦସ୍ୟା ମାନଙ୍କୁ କୃତଜ୍ଞତା ର ସହ ପ୍ରଦାନ କରିଥିଲେ। ନିଜର ବକ୍ତବ୍ୟ ରେ ପ୍ରାକ୍ତନ ପ୍ରାନ୍ତପାଳ ଶ୍ରୀ ମହାପାତ୍ର କ୍ଲବ ର ୨୨ ଜଣ ସଦସ୍ୟ PHF ହେବା, କ୍ଲବ ପକ୍ଷରୁ ନିୟମିତ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଖାଦ୍ୟ ବିତରଣ, ପର୍ଯ୍ୟଟକ ଓ ଭକ୍ତ ଙ୍କ ନିମନ୍ତେ ସ୍ବଚ୍ଛ ଥଣ୍ଡା ପାନୀୟଜଳ ବ୍ୟବସ୍ଥା ଆଦି ପ୍ରକଳ୍ପ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। କ୍ଲବର ପ୍ରାକ୍ତନ ସଭାପତି ମାନେ ମଧ୍ୟ କ୍ରମ ଅନୁଯାୟୀ ବିଗତ ବର୍ଷ ସଂପର୍କରେ ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାକ୍ତନ ସଭାପତି ଙ୍କ ପକ୍ଷରୁ ମଧ୍ୟ ସହଯୋଗୀ ରୋଟାରିଆନ୍ ମାନଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ର ଏକ ସୁଖଦ ଅଧ୍ୟାୟରେ କାର୍ଯ୍ୟକ୍ରମ ର ସଭାପତି ଶ୍ରୀଯୁକ୍ତ ପାତ୍ର ଏବଂ ପୁରୀ ଇନରହ୍ବିଲ୍ କ୍ଲବ ର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ଙ୍କ ଶୁଭ ଜନ୍ମଦିନ ଅବସରରେ କେକ୍ କଟାଯାଇ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
