October 6, 2024

ଗଜପତି:- ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ରଥଯାତ୍ରା ..

Share

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।

ଏହି ଅବସରରେ  ପୂର୍ବାହ୍ନରେ ତିନି ଠାକୁର’ଙ୍କ ତିନି ରଥ ଯଥା ତାଳଧ୍ଵଜ , ଦର୍ପଦଳନ, ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀ ମନ୍ଦିରକୁ ତିନି ଠାକୁର’ଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମନ୍ଦିର ସେବାୟତ ଓ ରାଜପୁରୋହିତଙ୍କ ଦ୍ଵାରା ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା ।

ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ପ୍ରଭୁ ସୁଦର୍ଶନ ‘ଙ୍କ ପହଣ୍ଡି ହେବା ପରେ ତିନି ଠାକୁର’ଙ୍କୁ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା . ।

ଏହି ଅବସରରେ ତିନି ଠାକୁର’ଙ୍କ ରଥ ଉପରେ ଛେରା-ପଅଁରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦ’ରୁ ସୁଶ୍ରୀ କଲ୍ୟାଣୀ ଗଜପତି ନାରାୟଣ ଦେବ  ଗାଡିରେ ଆସି ତିନି ରଥ ଉପରେ  କଲ୍ୟାଣୀ ଗଜପତି ନାରାୟଣ ଦେବ ଛେରା ପଅଁରା କାର୍ଯ୍ୟ ସମ୍ପନ୍ନ କରି ବା ସହ ପ୍ରଭୁ ଜଗନ୍ନାଥଙ୍କ ଦକ୍ଷିଣ ଆଳତି କାର୍ଯ୍ୟ ସମ୍ପନ୍ନ କରିଥିଲେ । . ପାଗ ଅନୁକୂଳ ଥିବା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସଙ୍କୀର୍ତ୍ତନ , ହୁଳହୁଳି ଓ ଶଙ୍ଖ ନାଦରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।

ଅପରାହ୍ନ ୫ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ’ଙ୍କ ସମାଗମ ହୋଇଥିଲା ।

ମା ଶୁଭଦ୍ରାଙ୍କ ରଥ’କୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା’ର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ ।

ସେହିଭଳି ପ୍ରଭୁ ବଳଭଦ୍ର’ଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥ’ଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଏସପି ସୁଶ୍ରୀ ଏସ: ସ୍ଵାତୀ କୁମାର’ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ ।”

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————–