October 6, 2024
Share

ଲାଞ୍ଜିଗଡ଼ – ରାଜା ଲାଞ୍ଜିଗଡ଼ରେ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ମହା ସମାରୋହ ରେ ଏବଂ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି l ଵିଧି ଅନୁଯାୟୀ ସମସ୍ତ ନୀତି ପାଳିତ ହେଲା ପରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ, ଏଇ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ବିଜେ ହୋଇଥିଲା ଅପରାହ୍ନ ଚାରିଟା ସମୟରେ l ରଥ ଟଣା ଆରମ୍ଭ ହୋଇଥିଲା ଅପରାହ୍ନ ପାଞ୍ଚଟା ସମୟରେ l ଝିପି ଝିପି ବର୍ଷା ସତ୍ୱେ ପ୍ରାୟ ଦଶ ହଜାର ଲୋକଙ୍କ ସମାଗମ ହୋଇଥିଲା l ଏକ ଭକ୍ତିମୟ ପରିବେଶ ମଧ୍ୟରେ ଲୋକେ ଆନନ୍ଦ ଉଲ୍ଲାସ ସହିତ ରଥ ଟାଣିଥିଲେ l ଶ୍ରଦ୍ଧାଳୁମାନେ କୀର୍ତ୍ତନର ତାଳେ ତାଳେ ଆନନ୍ଦରେ ନାଚୁଥିଲେ l ଆଜି ପାଇଁ ରଥ ଟଣା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା କାଲି ପୁଣି ରଥ ଟଣା ହୋଇ ମାଉସୀ ମା ‘ ମନ୍ଦିରରେ ପହଞ୍ଚିବ l ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ – ନିୟୁଜ ଉପାନ୍ତ ଖବର