June 8, 2025

ସକ୍ରିୟ ହେଲେଣି ବାଲି ମାଫିଆ, ସଞ୍ଜ ନଇଁଲେ ମେସିନ ଲଗାଇ କରୁଛନ୍ତି ବାଲି ଚୋରି..

Share

 

କେନ୍ଦୁଝର(ରତି ରଞ୍ଜନ ମହାନ୍ତ) ବାଲି ଚୋରା ଚାଲାଣରେ ଲାଗୁ ନାହିଁ ଲଗାମ।ନଦୀ ପେଟ କୋରି ତାଡ଼ି ନେଉଛନ୍ତି କୋଟି କୋଟି ଟଙ୍କାର ଏହି ଲଘୁ ଖଣିଜ ଦ୍ରବ୍ୟ ।

କେନ୍ଦୁଝର ଜିଲ୍ଲା ସାହାରପଡା ତହସିଲ ଅଧିନସ୍ଥ ମଙ୍ଗଳପୁର ଗ୍ରାମ ନିକଟରେ ଦେଓ ନଦୀ ରୁ ବ୍ୟାପକ ମାତ୍ରାରେ ଲଘୁ ଖଣିଜ ଦ୍ରବ୍ୟ ହରି ଲୁଟ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।ସଞ୍ଜ ନଇଁଲେ ମେସିନ ଲଗାଇ ନଦୀ ପେଟ କୋରି ତାଡି ବଡ଼ ବଡ଼ ଟ୍ରକ ଦ୍ୱାରା ବାହାର ଜିଲ୍ଲା କୁ ଏଠାରୁ ରପ୍ତାନି ହେଉଛି ବାଲି। ନଦୀ ପଠାକୁ ରହିଛି ଅସ୍ଥାୟୀ ରାସ୍ତା ଯାହା ଫଳରେ ବାଲି ଉଠାଣ ପାଇଁ ବେଶ ସହଜ ହେଉଛି ଟ୍ରକ ଗୁଡିକୁ। ଟ୍ରକରେ ଅଭର ଲୋଡ଼ କରାଯାଇ ଅଧିକ ଟଙ୍କାରେ ବିକ୍ରି ହେଉଛି ବାହାର ଜିଲ୍ଲାରେ।ସକ୍ରିୟ ବାଲି ମାଫିଆ ମାନେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କା ଲଘୁ ଖଣିଜ ଦ୍ରବ୍ୟ ଲୁଟ କରି ଚାଲିଛନ୍ତି।

ସାହାରପଡା ଅଞ୍ଚଳରେ ରହିଛି ଦେଓ ନଦୀ,ବୈତରଣୀ ନଦୀ, ବିରଳ ନଦୀ,ଯମୁନା ନଦୀ ଏବଂ ବିଭିନ୍ନ ଛୋଟ ବଡ଼ ନାଳ ଗୁଡିକ ହେଲେ ଏଠାରେ ନାହିଁ ଲିଜ ପ୍ରକ୍ରିୟା।ସାହାରପଡା ଅଞ୍ଚଳରେ ଲଘୁ ଖଣିଜ ରୁ ଯାଉ ନାହିଁ ଅର୍ଥ, ହେଲେ ଲଘୁ ଖଣିଜ ମାଫିଆ ମାନେ ଟଙ୍କା ଲୁଟ କରି ମାଲେମାଲ ହେଉଛନ୍ତି।

ଖଣିଜ ବିଭାଗ କାର୍ଯ୍ୟାଳୟ ୫୦ କିଲୋମିଟର ଦୂରରେ ଥିବାରୁ ନିର୍ଭୟ ରେ ନଦୀ ଏବଂ ନାଳ ଗୁଡିକୁ କୋରି ତାଡି ନଦୀ ପଠାରେ ଡିପୋ କରି ଲଘୁ ଖଣିଜ କୁ ବିକ୍ରି କରାଯାଉଛି ସାହାରପଡା ଅଞ୍ଚଳରେ।

ଏଥି ପ୍ରତି ଖଣି ବିଭାଗ ଓ ପ୍ରଶାସନ କାହିଁକି ଚୁପ ବସିଛି ଜଣା ପଡୁନଥିବା ବେଳେ ସ୍ଥାନୀୟ କିଛି ଅଧିକାରୀ ବା କର୍ମଚାରୀ ମାନଙ୍କର ସାଲାସୁରୁରା ରେ ବାଲି ଚୋରା ଚାଲାଣ ହେଉଛି ବୋଲି ଚର୍ଚ୍ଚା ଜୋର ହେଉଛି।

ସେପଟେ ମାଫିଆ ମାନେ କମ ଟଙ୍କାରେ ସାଲାସୁତୁରା କରି ଅଧିକ ଟଙ୍କା ଲୁଟ କରା ଯାଉଥିବା ବେଳେ ରାଜ୍ୟସ୍ୱ ସାହାରପଡା ଅଞ୍ଚଳରୁ ସମ୍ପୂର୍ଣ୍ଣ ଠପ ହୋଇ ପଡିଥିବା ଯାହା ସୂଚନା ରହିଛି।

ଏଥିପ୍ରତି ଜିଲ୍ଲାପାଳ ସାହାରପଡା ଅଞ୍ଚଳ ପରିଦର୍ଶନ କରି ନଦୀ ଗୁଡିକୁ ଲିଜ ପ୍ରକ୍ରିୟାରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି।