November 21, 2024

ବିହନ ଧାନରେ ଗମ ଓ ଅଗାଡି, ଚାଷୀ ହତାଶ

Share

ବିହନ ଧାନରେ ଗମ ଓ ଅଗାଡି, ଚାଷୀ ହତାଶ
ବୁଗୁଡ଼ା : ତା ୦୭/୦୬/୨୩ : ଅଖି ମୁଠି ଅନୁକଳ ସରିଛି ଆଗକୁ ବର୍ଷା ହେଲେ ବିଲରେ ହଳ ବୁଲିବା ସହ ପଡିବ ତଳି l ଚାଷୀଙ୍କୁ ଉନ୍ନତ କିସମର ବିହନ ଯୋଗାଇ ଦେବା ପାଇଁରାଜ୍ୟ ସରକାରଙ୍କ ବିହନ ନିଗମ ପକ୍ଷରୁ ବୁଗୁଡ଼ା ବ୍ଲକର ସମୁଦାୟ ୧୪ ଟି ସମବାୟ ସମିତି ମାଧ୍ୟମରେ ପ୍ରାୟ ୧୫ ଶହ କ୍ୱିଣ୍ଟାଲ ବିହନ ଆସିଛି l ଚାଷୀମାନେ ବିଭିନ୍ନ କିସମର ଧାନ ବିହନ କିଣିବା ମଧ୍ୟ ଆରମ୍ଭ କଲେଣି l ତେବେ ବିହନ କିଣିଲା ପରେ ପ୍ୟାକେଟ ଖୋଲି ଦେଖିଲା ବେଳକୁ ସେଥିରୁ ଗମ, ଅଗାଡି ଓ ନାନା ପ୍ରକାର ମିଶାମିଶି ଧାନ ବିହନ ବାହାରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଧାନ ବୁଣିବା ବେଳ ପାଖେଇ ଆସୁଥିବା ବେଳେ କେତେବେଳେ ଧାନ ପ୍ୟାକେଟ ଖୋଲି ଅଗାଡି ଓ ଗମ ଧାନ ବାଛିବେ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ l ଓଡିଶା ବିହନ ନିଗମ ତରଫରୁ ଆସୁଥିବା ବିହନକୁ ପ୍ରୋସେସିଂ କରା ଯାଉଥିବା ଏବଂ ସେଥିରେ ୯୮ ପ୍ରତିଶତ ଶୁଦ୍ଧତା ରହୁଥିବା କୁହା ଯାଉଛି l ବିହନ ଧାନ କୋଡିଏ କିଲୋର ପ୍ୟାକେଟକୁ ୭୩୦ ଟଙ୍କାରେ ଚାଷୀଙ୍କୁ ବିକ୍ରୟ କରାଯାଉଥିବା ବେଳେ ସେଥିରୁ ଖରାପ ବିହନ ବାହାରୁ ଥିବାରୁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏମିତି ଜାରି ରହିଲେ ଆଗାମୀ ଦିନରେ ସରକାରଙ୍କ ବିହନ ଧାନ ପ୍ରତି ଚାଷୀ ବିମୁଖ ହେବା ସମ୍ଭାବନା ଦେଖା ଦେଇଛି l

You may have missed