March 10, 2026

ଜିଲ୍ଲାପାଳ ଶୁଭାରମ୍ଭ କଲେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ !

IMG-20230607-WA0008
Share

ଜିଲ୍ଲାପାଳ ଶୁଭାରମ୍ଭ କଲେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ !
++++++++++++++++++++
ଜଗତସିଂହପୁର :- ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ଶିଶୁଶ୍ରମିକ ମାନଙ୍କୁ ଦେଖିବାକୁ ମିଳୁଛି ! ହୁଏତ ପରିବାରର ଅଭାବବୋଧ ହେଉ ବା ନିଜର ଆର୍ଥିକ ସ୍ଥିତିକୁ ସ୍ୱଳ୍ପ ସମାଧାନ ପାଇଁ ହେଉ, ବିଭିନ୍ନ ହୋଟେଲ ଠାରୁ ଆରମ୍ଭ କରି ଇଟାଭାଟି ରେ କାର୍ଯ୍ୟକରୁଛନ୍ତି ଶହ ଶହ ଶିଶୁଶ୍ରମିକ ! ବର୍ବାଦ ହେଉଛି ସେମାନଙ୍କର ଭବିଷ୍ୟତ! ଶିଶୁ ମାନଙ୍କ ଭବିଷ୍ୟତ ଯେପରି ସୁରକ୍ଷିତ ରହିବ, ସେଥିପାଇଁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ପାରୁଲ ପଟୱାରୀ ଶୁଭାରମ୍ଭ କରିଛନ୍ତି ଶିଶୁଶ୍ରମିକ ନିରାକରଣ ସଚେତନତା ରଥ !ଏହି ରଥକୁ ଜିଲ୍ଲାପାଳ ମହୋଦୟା ପତାକା ହଲାଇ ଶୁଭାରମ୍ଭ ର ସଂକେତ ଦେଇଛନ୍ତି ! ଉକ୍ତ ରଥ ଜିଲ୍ଲାର ଆଠଗୋଟି ବ୍ଲକ ଓ ଦୁଇଟି ମୁନିସପାଲିଟି ଏରିଆ ପ୍ରଦକ୍ଷିଣ କରିବା ସହିତ ସଚେତନତାର ବାର୍ତ୍ତା ପ୍ରଚାର କରିବ ! ରାଜ୍ୟ ସରକାରଙ୍କ ବାର୍ତ୍ତା 14 ବର୍ଷରୁ କମ ପିଲାଙ୍କୁ ନିଯୁକ୍ତି ଓ 18 ବର୍ଷ କିଶୋର ମାନଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ବିନିଯୋଗ କରୁଥିବା ସଂସ୍ଥା କୁ 50 ହଜାର ଟଙ୍କା ଜୋରିମାନା ସହ ଦୁଇବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିଛି ବୋଲି ସଚେତନ କରାଯିବ ! ଯେବେ କେହି ଏଭଳି କାର୍ଯ୍ୟରେ ଲିପ୍ତ ଥାଆନ୍ତି ତେବେ ସତର୍କ ହେଇ ଯାଆନ୍ତୁ ବୋଲି କୁହାଯିବାର ବ୍ୟବସ୍ଥା କରାଯାଇଛି ! ଏଥିପାଇଁ କୌଣସି ବ୍ୟକ୍ତି ଯେବେ କିଛି ଚାହାଁନ୍ତି ତାହାହେଲେ ଶ୍ରମିକ ସହାୟତା ନିଃଶୁଳ୍କ ନମ୍ବର 155378 ଏବଂ ଚାଇଲଡ ହେଲ୍ପ ଲାଇନ ନମ୍ବର 1098 କୁ ତୁରନ୍ତ ଫୋନ କରି ଅବଗତ କରାଇଲେ,ଜିଲ୍ଲାର ଶ୍ରମ ଅଧିକାରୀ, ଶିଶୁ ଶ୍ରମ ଅଧିକାରୀ କିମ୍ବା ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଦୋଷୀକୁ ଦଣ୍ଡିତ କରିବେ ! ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଶ୍ରମ ଆୟୁକ୍ତ ବାବା ଆନନ୍ଦ ରଞ୍ଜନ ଦାସ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚାରଣ ରାଉତ,ଜିଲ୍ଲା ଶ୍ରମ ଅଧିକାରୀ ସୌମ୍ୟା ରଞ୍ଜିତା ଦଳାଇ,ସହକାରୀ ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି, ଶରତ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ ! ଜଗତସିଂହପୁରରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !