ଆଜିର ଖବର

*ଖବର ଆଜିର*
ତାରିଖ ୦୭/୦୬/୨୦୨୩ ବୁଧବାର ।
ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ।
ଯେଉଁଠି ରାମ ସେଇଠି ହନୁମାନ, ସିନେମା ହଲ୍ ରେ ଭଗବାନ ହନୁମାନଙ୍କ ଲାଗି ସଂରକ୍ଷିତ ରହିବ ଏକ ସିଟ୍ ।
ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ମୃତ୍ୟୁ ସଂଖ୍ୟା ପୁଣି ୨୮୮ ଛୁଇଁଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ସଂଖ୍ୟା ୨୭୫ କୁହାଯାଇଥିବାବେଳେ ବାଲେଶ୍ଵର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ନେଇ ଏବେ ଏହି ସଂଖ୍ୟା ୨୮୮ ବୋଲି ଘୋଷଣା କରାଯାଇଛି। ଏନେଇ ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ଓଡ଼ିଶାର ୩୯ ମୃତକଙ୍କ ପରିବାର ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର ।
୨୦୫ ମୃତଦେହ ଚିହ୍ନଟ ପରେ ପରିବାରକୁ ହସ୍ତାନ୍ତର, ୮୩ ମୃତଦେହ ହୋଇନି ଚିହ୍ନଟ।
ରେଳ ଦୁର୍ଘଟଣା ଦେଇଛି ମାନସିକ ଆଘାତ, NDRF ଯବାନଙ୍କୁ ପାଣି ଦେଖାଯାଉଛି ରକ୍ତ ଭଳି, ଜଣଙ୍କୁ ଲାଗୁନି ଭୋକ ।
କନ୍ଧମାଳର ନେତା କିଡନାପ କାହାଣୀ। ନିଜକୁ ନିଜେ ଅପହରଣ କରି ଗିରଫ ହେଲେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ।
ଅମିତ ଶାହାଙ୍କ ସହ କୌଣସି ଚୁକ୍ତି ହୋଇନାହିଁ, ଜାରି ରହିବ ଆନ୍ଦୋଳନ’: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ।
ମଣିପୁର ହିଂସାରେ ଜଣେ ବିଏସଏଫ ଯବାନ ଶହିଦ, ଆସାମ ରାଇଫଲ୍ସର ଦୁଇ ଯବାନ ଆହତ।
ଆସାମ ସରକାରଙ୍କ ବଡ ନିଷ୍ପତ୍ତି, ଆସନ୍ତାବର୍ଷ ଠାରୁ ହେବନାହିଁ ଦଶମ ବୋର୍ଡ ପରୀକ୍ଷା ।
ବାହନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଏସ୍ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
WTC ଫାଇନାଲ ମ୍ୟାଚ୍ ପୁର୍ବରୁ ଭାରତକୁ ବଡ଼ ଝଟକା: ଆହତ ହେଲେ ରୋହିତ ଶର୍ମା ।
ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ, ଗର୍ବ ଅନୁଭବ କରୁଛି ବୋଲି କହିଲେ ମୋଦୀ ।
ଓଡ଼ିଶାର ଲକ୍ଷ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ କରୁଛି ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର – ପ୍ରଦେଶ କଂଗ୍ରେସ ।
ରାଜ୍ୟରେ ନିଯୁକ୍ତ ହେଲେ ୧୨୦୫ ନୂଆ ଡାକ୍ତର; ନିଯୁକ୍ତି ପତ୍ର ଦେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
ପୁଣି ଥରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀର ଜାମିଆ ନଗରସ୍ଥିତ ବାଟଲା ହାଉସ । ଏହି ଅଂଚଳରେ ଥିବା ଏକ କାରଖାନାର ଗୋଦାମରୁ ଦୁଇ ଶିଶୁଙ୍କ ମୃତଦେହ ଜବତ କରାଯାଇଛି । ମୃତଦେହ ଦୁଇଟିକୁ ଗୋଦାମ ଭିତରେ ଥିବା ଏକ ବାକ୍ସରେ ରଖାଯାଇଥିଲା ।
ଡ୍ରଗ୍ସ ଜବତରେ ରେକର୍ଡ, ଏନସିବିକୁ ବଡ଼ ସଫଳତା: କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ କ୍ରିପ୍ଟୋରେ ହେଉଥିଲା ନେଣଦେଣ।
ଓପିଜିସିର ୪୯% ଅଂଶଧନ ପ୍ରତ୍ୟାହାର ଯୋଜନା ବାତିଲ ।
ବାଲେଶ୍ବର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ପରେ ଦ୍ବିତୀୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଥିଲେ।
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମ ସରକାର ତାଙ୍କର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ ଅର୍ଡର ଅଫ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର’ରେ ସମ୍ମାନିତ କରାଯାଇଛି।
ସୁପ୍ରଭାତ ,ଶୁଭ ସକାଳ ।