March 12, 2026

ନିମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବକ ..

hand
Share

 

 

କେନ୍ଦୁଝର(ରତି ରଞ୍ଜନ ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନସ୍ଥ ଗିଦିପଶି ଗ୍ରାମ ନିକଟ ଏକ ନିମ୍ବ ଗଛରେ ଜଣେ ଯୁବକ ନିଜ ଗାମୁଛା ସାହାଯ୍ୟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ସୂଚନା ଅନୁଯାଇ ଯୁବକ ଜଣକ ମାଛଗଡ଼ ଗ୍ରାମ ପଞ୍ଚାୟତ ନିକଟ ଅସ୍ତଯୋଡି ଗ୍ରାମର ସ୍ୱର୍ଗତ ଲେମ୍ବୁଦର ନାଏକଙ୍କ ପୁଅ ମହେଶ୍ୱର ନାଏକ (୨୩)ସେ ଶ୍ଵଶୁର ଘର ଆସିଥିଲେ କୌଣସି କାରଣକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହେବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି l

ଯୁବକ ଜଣକ ଗଛରେ ଝୁଲୁ ଥିବା ଦେଖି ଗ୍ରାମର ଲୋକ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଙ୍କୁ ଜଣାଇଥିଲେ।ଖବର ପାଇ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ମେଡିକାଲ କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।