ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ବେଗୁନିଆ,୦୭/୦୫(ଉପାନ୍ତ ଖବର):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା
ବିଭାଗର ଵିଜ୍ଞାପନ ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ଅନୁସାରେ ବେଗୁନିଆ ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଓଇଏସ ୧୧ ପ୍ରଧାନ ଶିକ୍ଷକ ରୂପେ ଚିଲିକା ବ୍ଲକ ଅନ୍ତର୍ଗତ ଇଛାପୁର ଗ୍ରାମର ପ୍ରମୋଦ କୁମାର
ସ୍ୱାଇଁ ବୁଧବାର ଦିନ ଯୋଗଦାନ କରି ବିଦ୍ୟାଳୟ ହତା ମଧ୍ୟରେ ସ୍ଥାପିତ ବିଦ୍ୟାଳୟ ପ୍ରତିଷ୍ଠାତା ନରସିଂହ ଷଡ଼ଙ୍ଗୀ ଓ ବିଦ୍ୟାଳୟର ସୁପ୍ରତିଷ୍ଠିତ ପ୍ରଧାନ ଶିକ୍ଷକ ରାଧାନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦ ପୂରଣ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି କମିଟି ଓ ବିଦ୍ୟାଳୟ ପରିଚାଳନା ପରିଷଦର
ସଭ୍ୟ ସଭ୍ୟା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବେଗୁନିଆ ଅଞ୍ଚଳବାସୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷାଧିକାରିଣୀ ଶ୍ରୀମତୀ ରାୟଙ୍କୁ
ଉଚ୍ଚ ପ୍ରଶଂସା କରିଛନ୍ତି ।
ଆଲୁମିନି କମିଟିର ସଭାପତି ଡ. ହରିପ୍ରସାଦ ଦାଶ, ସମ୍ପାଦକ ଇଂ. ଦେବାଶିଷ ସାହୁ, ପୂର୍ବତନ ଛାତ୍ର ଇଂ.ରାମ ମାନସ ପଣ୍ଡା, ବିଦ୍ୟାଳୟ ପରିଷଦ ଅଧ୍ୟକ୍ଷ ଶିବ କୁମାର ମୁନି, ସଭ୍ୟ ସର୍ବେଶ୍ଵର ସାହୁ,ଅବସରପ୍ରାପ୍ତ ବୋଲଗଡ଼ ମଣ୍ଡଳ ସଂଯୋଜକ ପଦ୍ମଚରଣ ବେହେରା, ବିଦ୍ୟାଳୟ ତରଫରୁ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ
ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା, ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ, ଅଜିତ କୁମାର ପୁରୀ, ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଭାତ କୁମାର ନିଶଙ୍କ ଏବଂ ଶିକ୍ଷୟିତ୍ରୀ ସୁରଜିତା ଦଳେଇ, ମୋହିନୀ କାନ୍ତି ଦାସ, ଶୁଭଲକ୍ଷ୍ମୀ
ସାହୁ, ସୁନିତା ପୃଷ୍ଟି, ଆଶାମୁର୍ମୁ,
ସସ୍ମିତା ସାହୁ, ରିସ୍ମାରଶ୍ମି ପାଇକରାୟଙ୍କ ସମେତ ବିରଞ୍ଚି ନାରାୟଣ ସାହୁ, ବିଶ୍ୱରଞ୍ଜନ ପରିଡ଼ା, ସୁରଥ ନାୟକ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଉତ୍ତରୀୟ ଓ
ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧତ କରିଥିଲେ ।ବିଦ୍ୟାଳୟର ପ୍ରଗତି ନିମିତ୍ତ ସହଯୋଗ କରିବା ପାଇଁ
ଉଭୟ କମିଟିକୁ ଶ୍ରୀ ସ୍ୱାଇଁ ଏବଂ ପ୍ରାକ୍ତନ ବୋଲଗଡ଼ ମଣ୍ଡଳ ସଂଯୋଜକ ଶ୍ରୀ ବେହେରା ନିବେଦନ କରିଥିଲେ । ଉପସ୍ଥିତ କମିଟି ଦ୍ବୟର ସଭ୍ୟ ସଭ୍ୟା
ସକ୍ରିୟ ଭାବେ ଶିକ୍ଷାନୁଷ୍ଠାନ ଏବଂ ବିଦ୍ୟାର୍ଥୀଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ଏଥିରେ ଶ୍ରୀ ସ୍ବାଇଁ ଓ ଶ୍ରୀ ବେହେରା ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ- ମାନସ ରଞ୍ଜନ କର।