ବେଆଇନ ଲଘୁ ଖଣିଜ ଓ ଗୋ ଚାଲାଣ ଉପରେ ସମ୍ପୂର୍ଣ ବନ୍ଦ କରିବା ପାଇଁ ସାଂସଦଙ୍କ ନିର୍ଦ୍ଦେଶ ରେ ବୈଠକ,

Share

 

‌ ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ର ବିଭିନ୍ନ ସ୍ଥାନ ସୋର , ଖଇରା, କୁପାରୀ ସିମୁଳିଆ ବାଲେଶ୍ବର ଓ ରେମୁଣା ରେ ହେଉଥିବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ, ବେଆଇନ ଗୋ ଚାଲାଣ ଉପରେ ସମ୍ପୂର୍ଣ ପ୍ରତିବନ୍ଧକ ତଥା ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ବଜାଇ ରଖିବା ଓ ଆଇନ ଗତ ଭାବେ ସରକାରୀ ଅନୁମୋଦନ କ୍ରମେ ନିଲlମ ହୋଇଥିବା ଉତ୍ସ ର ସଠିକ ପରିଚାଳନା ଇତ୍ୟାଦି ପାଇଁ ଆଜି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ , SP,

Mining Officer, DDM, Sub-Collectors, ଜିଲ୍ଲା ର ସମସ୍ତ ତହସିଲ, ଓ ଜିଲ୍ଲା ର ସମସ୍ତ I I C ମାନଙ୍କ ଉପସ୍ଥିତି ରେ ଏକ ଗୁରୁତ୍ୱପୂର୍ଣ ବୈଠକ ରେ ବିଭିନ୍ନ ବିଷୟ ରେ ଆଲୋଚନା କରିବା ସହ ଚୋରା ଚାଲାଣ କୁ କେଉଁ ଭଳି ରୋକିହେବ ଓ ଆଇନ ଶୃଂଖଳା କୁ ସଠିକ ଭାବରେ ବ୍ୟବହାର କରି ଚୋରା ଚାଲାଣ ଉପରେ ରୋକ ଲଗାଇ ହେବ ସେହି ବିଷୟରେ କହିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।