March 12, 2026

ଉମରକୋଟ ପୈରପରିଷଦ ଠାରେ ଥିବା ଡିଏନକେ ଠାରେ ଥିବା ଇଶାନେଶ୍ଵର ମନ୍ଦିର ର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ……

IMG-20250507-WA0024
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଏହି ପ୍ରତିଷ୍ଠା ଉତ୍ସବ ରେ ପୂଜକ ସତ୍ୟ ମିଶ୍ର , ପୂଜାକାର୍ଯ୍ୟ କରିଥିବା ବେଳେ କର୍ତ୍ତା ଭାବେ

ଚନ୍ଦ୍ର ଶେଖର ସ୍ବାଇଁ ଓ ଦେବେନ୍ଦ୍ର ପଣ୍ଡା ରହିଥିଲେ। ଏହି ଉପଲକ୍ଷେ ଆୟୋଜିତ ଯଜ୍ଞ ନିମନ୍ତେ ଶ୍ରଦ୍ଧାଳୁମାନେ ସମବେତ ହୋଇ ଭାସ୍କେଲ ନଦୀ ପଠା ନିକଟରୁ କଳସ ଶୋଭାଯାତ୍ରାରେ ଆଣିଥିଲେ।ଗ୍ରାମର ମହିଳା, ଯୁବକ ଓ ବୁଦ୍ଧିଜୀବିମାନେ ସମବେତ ହୋଇ ଇଶାନେଶ୍ଵର ମନ୍ଦିରର ତୃତୀୟ ପ୍ରତିଷ୍ଠା ଉତ୍ସବକୁ ଭକ୍ତିପୂତ ସହକାରେ ସଂପାଦିତ କରୁଛନ୍ତି। ଶାସ୍ତ୍ରୀୟ ଯାଜ୍ଞିକ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଇଶାନେଶ୍ଵର ମନ୍ଦିର କମିଟି ପକ୍ଷରୁ ସମସ୍ତ ଯଜ୍ଞକାର୍ଯ୍ୟ ପୂଣ୍ଣାହୁତୀ ସଂପନ୍ନ ହୋଇଯାଇଛି। ଭକ୍ତମାନଙ୍କ ହୁଳହୁଳି ଶଙ୍ଖ ଘଣ୍ଟ ର ଧ୍ୱନି ରେ ପ୍ରକମ୍ପିତ ହୋଇଉଠିଥିଲା ଡିଏନକେ ଅଞ୍ଚଳ ଇଶାନେଶ୍ଵର ମନ୍ଦିର କମିଟି ପକ୍ଷରୁ ଅନ୍ନଭୋଗ ର ଆୟୋଜନ କରାଯାଇଥିଲା ଏହି ଅନ୍ନଭୋଗ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଅନ୍ନଭୋଗ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କମିଟି ସଭାପତି ଭରତ ଜେନା ଙ୍କ ସହ ନାରାୟଣ ସାହୁ, ଜଗବନ୍ଧୁ ସ୍ବାଇଁ , ବିପିନ ମାଝୀ, ଦୁଖାଲୁ ଜାଲ , ପ୍ରଫୁଲ୍ଲ ପରିଡ଼ା, ପ୍ରଦୀପ ମୁରାରି, ଉପେନ୍ଦ୍ର ଖୁଣ୍ଟିଆ, , ସତ୍ୟନାରାୟଣ ଦାସ, ଭୁପୋତି ଭୂଷଣ ପଟ୍ଟନାୟକ, ବିନୋଦ ବିହାରୀ ସାମଲ , ଜିତୁ ମିଶ୍ର, ସରୋଜ ପରିଡ଼ା, ପିତାମ୍ବର ଜେନା ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।।