ଉମରକୋଟ ଠାରେ ଗ୍ରୀଷ୍ମ କାଳୀନ ହକି ଶିବିର ଉଦଘାଟିତ……..

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଓଡିଶା ସରକାରଙ୍କ ତତ୍ତ୍ୱାବଧାନରେ ତଥା ଓଡିଶା ନାଭାଲ୍ ଟାଟା ହକି ଦ୍ୱାରା ଗ୍ରୀଷ୍ମକାଳୀନ ହକି କ୍ୟାମ୍ପ୍ ସାରା ରାଜ୍ୟରେ ମେ ୫ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରାଯାଇଅଛି l ଏହି ପରିପେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଭାମିନି ଠାରେ ଥିବା ସରକାରୀ (SSD) ଉଚ୍ଚ ବିଦ୍ୟାଳୟ ଠାରେ ଉକ୍ତ ଗ୍ରୀଷ୍ମକାଳୀନ ହକି କ୍ୟାମ୍ପ୍ ଉଦ୍ଘାଟିତ ହୋଇଯାଇଅଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡା ସଂଘର ମହିଳା ସମ୍ପାଦିକା ତଥା ରାଜ୍ୟ ହକି ଆସୋସିଏସନ୍ ର ଆଜୀବନ ସଦସ୍ୟା ଇଂ.ଚନ୍ଦନା ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କ୍ରୀଡା ଶିକ୍ଷକ ଶ୍ରୀ କିଶୋର କୁମାର ସିଲ,ପ୍ରଧାନ ଶିକ୍ଷକ ଶ୍ରୀ ଭବାନୀ ପାତ୍ର, ଶ୍ରୀ ପ୍ରମୋଦ ସାହୁ, ଶ୍ରୀ ପ୍ରତାପ କୁମାର ନନ୍ଦ, ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଶ୍ରୀ ଦୁର୍ଯ୍ୟୋଧନ ନାୟକ,ଶ୍ରୀ ପ୍ରଦୀପ ବିଶ୍ୱାସ ପ୍ରମୁଖ ଯୋଗ ଦେଇଥିଲେ। ତୃଣମୂଳ ସ୍ତରରେ ରହିଥିବା ହକି ପ୍ରତିଭା ମାନଙ୍କୁ ସୁଯୋଗ ଦେବା ନିମନ୍ତେ ତଥା ୧୬ ବର୍ଷ ବୟସ ବାଳକ ବାଳିକା କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ଏହି ଗ୍ରୀଷ୍ମକାଳୀନ ହକି କ୍ୟାମ୍ପ୍ ର ମୂଳ ଉଦ୍ଦେଶ୍ୟ ଅଟେ l