ଉମରକୋଟ ଠାରେ ୱାନ ନେସନ-ୱାନ ଇଲେକ୍ସନ ପ୍ରସ୍ତାବ ମଞ୍ଜୁରୀ ନେଇ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ…..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ୱାନ ନେସନ-ୱାନ ଇଲେକ୍ସନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ମୋଦୀ କ୍ୟାବିନେଟ ତେବେ ଜନତାଙ୍କ ମତ ସଂଗ୍ରହ ଓ ସଂଶୟ ଦୂର ତଥା ସଚେତନତା ସୃଷ୍ଟି କରିବାକୁ ନେଇ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଉମରକୋଟ ସ୍ଥିତ ହୋଟେଲ ଏସ୍ ଏସ୍ ଇନ୍ଟରନ୍ୟାଶନାଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ବରିଷ୍ଠ ଶିକ୍ଷାବିତ୍ ଉମେଶଚନ୍ଦ୍ର ଭୁକ୍ତା, ରାଜ୍ୟ ପ୍ରଭାରୀ ରାଜେଶ ପଟନାୟକ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କ୍ଷେତ୍ରୀୟ ସଂଗଠକ ସମରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ୱାନ ନେସନ-ୱାନ ଇଲେକ୍ସନ ପ୍ରସ୍ତାବକୁ ସମର୍ଥନ କରିବା ସହିତ ଏହାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବିଲ ସପକ୍ଷରେ ଜନମତ ସୃଷ୍ଟି କରିବା ସହିତ ସର୍ବସାଧାରଣ ରେ ବ୍ୟାପକ ସଚେତନତା ପାଇଁ ଏହି ଭଳି କାର୍ଯ୍ୟକ୍ରମ ସାରା ଭାରତରେ ଆୟୋଜନ କରାଯାଉଛି। ଏଥିରେ ଉମରକୋଟ ଓ ରାଇଘର ବ୍ଲକର ସମସ୍ତ କ୍ଷେତ୍ରର ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ବ୍ୟବସାୟୀ ଯୋଗ ଦେଇ ନିଜ ନିଜର ଗୁରୁତ୍ଵପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ।