September 29, 2024

ଶହୀଦ ଯବାନ ପ୍ରକାଶଙ୍କ ସପ୍ତମ ଶ୍ରାଦ୍ଧ ଦିବସ ପାଳିତ…

Share


ବୁଗୁଡା : ତା ୦୭୦୫/୨୪ : ବୁଗୁଡା ବ୍ଳକ ଅନ୍ତର୍ଗତ ବେଠିଆବୋରଦା ଗ୍ରାମସ୍ଥିତ ଶହୀଦ ପ୍ରକାଶ କୁମାର ବେହେରାଙ୍କ ସ୍ମୃତି ସ୍ତମ୍ଭ ନିକଟରେ ପ୍ରଦୀପ କୁମାର ବେହେରାଙ୍କ ଆବାହକତ୍ବରେ ଆଜି ୭ମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି।
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜମାଟିର ସଂପାଦକ କାମରାଜୁ ସାହାଣୀ ମୁଖ୍ଯ ଅତିଥି , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ କ୍ରୀଡ଼ା
ଶିକ୍ଷକ ଗୋପାଳ ପାତ୍ର , ସମ୍ମାନିତ ଅତିଥି ଭାବେ
ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ବାଳ,
ଶିକ୍ଷକ ନିଳାଦ୍ରି ବିହାରୀ ପ୍ରଧାନ ଓ ସୀତାରାମ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶହୀଦ ପ୍ରକାଶଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ।