September 29, 2024

ଗଞ୍ଜାମ ବ୍ଲକ ରେ ସିପିଆଇ ଓ ସିପିଆଇ (ଏମ )ର ମିଳିତ କର୍ମି ସମାବେଶ…

Share

 

 

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ର ପଣିବନ୍ଧ ଗ୍ରାମରେ ମିଳିତ ଭାବେ ସିପିଆଇ ଓ ସିପିଆଇ (ଏମ ) ର ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମି ସମାବେଶ ଅନୁଷ୍ଠିତ ହୋଇଥିଲା l ଏଥିରେ ଦୁଇ ସଭାପତି ଙ୍କ ଉପସ୍ଥିତ ରହି ଦୁହିଁଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମ କରିଥିଲେ l ସିପିଆଇ ( ଏମ )ର ଦିଲ୍ଲୀପ ଛୋଟରାୟ ଓ ସିପିଆଇ ର ଦଣ୍ଡପାଣି ପାତ୍ର ଆଗାମି ନିର୍ବାଚନ ରେ ବିଧାୟକ ପାର୍ଥୀ ଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ମତ ପ୍ରକାଶ ପାଇଥିଲା l ଏହି ପରିପ୍ରେକ୍ଷୀରେ ଉଭୟ ଦଳର ନେତା ଓ କର୍ମି ଏକଜୁଟ ହୋଇ ବାମ ଦଳୀୟ ପାର୍ଥୀ ଙ୍କ ପାଇ କାର୍ଯ୍ୟ କରିବାପାଇଁ ଯତ୍ନବାନ ହେବାକୁ କୁହାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ମୁଖ୍ୟଵକ୍ତା ସିପିଆଇ ର ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁଗୋ, ବକ୍ତା ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିତ ବେହେରା, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ରାମଚନ୍ଦ୍ର ନାୟକ, ପୂର୍ଣ୍ଣ ରଥ, ଅଜୟ ଗୌଡ଼, ସନ୍ତୋଷ ତରାଇ, ଜୟନ୍ତ ଦାଶ ପ୍ରମୁଖ ମଞ୍ଚାସିନ ରହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର 3 ଶହ ରୁ ଉର୍ଦ୍ଧ କର୍ମି ଉପସ୍ଥିତ ରହିଥିଲେ l( ପ୍ରଦୀପ କୁମାର ପଣ୍ଡା)