ଟାଙ୍ଗିଆପଡା ରେ ମା”ଖଣ୍ଡୁଆଳ ଦେବୀ ଲୋକ ନୃତ୍ୟ ଅନୁଷ୍ଠାନ ର ନୂତନ ସରଞ୍ଜାମ ଉଦଘାଟନ କଲେ ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନୀ ମଣ୍ଡଳୀ ର ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଆପଡା ଗ୍ରାମ ରେ ମା ‘ଖଣ୍ଡୁଆଳ ଦେବୀ ଲୋକ ନୃତ୍ୟ ଅନୁଷ୍ଠାନର ନୂତନ ପାରମ୍ପରିକ ସରଞ୍ଜାମ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନ ର ମୁଖ୍ୟ ବାଦଲ ମଙ୍ଗରାଜ ଙ୍କ ଆୟୋଜନ ତଥା ସମାଜସେବୀ ଗୋପାଳକୃଷ୍ଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ରୂପେ ଖୋର୍ଦ୍ଧା ଜିଲ୍ଲା ବିଜେପି ର ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ଯୋଗଦେଇ ଉଦଘାଟନ କରିବା ସହିତ ପୁରୁଣା ପରମ୍ପରା ଓ ଲୋକ ନୃତ୍ୟ କୁ ଏହି ଅନୁଷ୍ଠାନ ବଞ୍ଚାଇ ରଖିଥିବାରୁ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଉଛି।ସେହିପରି ଆଧୁନିକ ସମାଜରେ ପୁରୁଣା ପରମ୍ପରା କୁ ବଜାୟ ରଖିବା ଏହି କଳା ନୃତ୍ୟ ଦ୍ୱାରା ୫୦ ପରିବାର ପ୍ରତିପୋଷଣ ଆମ ପାଇଁ ଗର୍ବ।ତେଣୁ ଆଗାମୀ ଦିନରେ କିଭଳି ଏହି କଳା ସରକାରୀ କାର୍ଯ୍ୟକ୍ରମ ରେ ସାମିଲ ହେବ ତାହା ପ୍ରତି ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଅନ୍ୟତମ ଅତିଥି ରୂପେ ଜିଲ୍ଲା ବିଜେପି ସମ୍ପାଦକ ମନୋଜ ନନ୍ଦ, ଖୋର୍ଦ୍ଧା ଜିଲ୍ଲା ଉତ୍ତର ଖୋର୍ଦ୍ଧା ମଣ୍ଡଳ ପ୍ରତିନିଧି ସଂଗ୍ରାମ କେଶରୀ ସାମନ୍ତସିଂହାର ,ଖୋର୍ଦ୍ଧା ଜିଲ୍ଲା କଳାକାର ମହାସଙ୍ଘ ସଭାପତି କବିରାଜ ପ୍ରଧାନ ଯୋଗ ଦେଇ ଆଗାମୀ ଦିନରେ ଏହି ଅନୁଷ୍ଠାନ କିଭଳି ବ୍ଲକ ଓ ଜିଲ୍ଲା ସଂଘରେ ସାମିଲ ହେବ ତାହା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ସେହିପରି ସମାଜସେବୀ ସୁରେଶ ସାମନ୍ତରାୟ,ଶ୍ରିତମ ରଣା, ଜୟନ୍ତ ଛୋଟରାୟ, ଜିତେନ୍ଦ୍ର ମହାପାତ୍ର,ତ୍ରିନାଥ ପାଇକରାୟ,ଉମାକାନ୍ତ ପଟ୍ଟନାୟକ,ଜୀବନ ସାମନ୍ତରାୟ,ନାରାୟଣ ସୁବୁଦ୍ଧି,ପ୍ରଫୁଲ ରଣା, ବାସୁଦେବ ସାହୁ,ମେଳଛ ସେଠ,କାଳୁ ନାୟକ,ଗୋଲିଆ ନାୟକ,ସୁଶା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଅତିଥି ମାନେ ନୂତନ ସରଞ୍ଜାମ ସହିତ ସମସ୍ତ କଳାକାର ମାନେ ଟାଙ୍ଗିଆପଡା ଗ୍ରାମ ପରିକ୍ରମା କରିଥିଲେ।