ଜାତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୃତିତ୍ୱ

08.03.2025/ ଗୋପାଳପୁର
ଉତ୍ତର ପ୍ରଦେଶର ନୋଇଡାସ୍ଥିତ ଆମିଟି ବିଶ୍ୱବିଦ୍ୟାଳୟରେ ଗତ ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଜାତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳ ପୁରସ୍କୃତ ହୋଇ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅନିଶା ଦେବୀ ମେହେନ୍ଦି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଳଗତ ଆଦିବାସୀ ଲୋକନୃତ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ସହ ସାଂସ୍କୃତିକ ଶୋଭାଯାତ୍ରାରେ ମଧ୍ୟ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି l
ପ୍ରକାଶ ଥାଉ କି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ତରଫରୁ ଦଳଗତ ନୃତ୍ୟରେ ଭାଗ ନେଇଛନ୍ତି l ୭ ତାରିଖରେ ଆୟୋଜିତ ଉଦଯାପନୀ ଏବଂ ପୁରସ୍କାର ବିତରଣ ଉତ୍ସବରେ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଏଥିରେ ଟିମ ମେନେଜର ଭାବେ ଡ ମିହିର କୁମାର ତ୍ରିପାଠୀ ଏବଂ ଶୁଭସ୍ମିତା ସାହୁ ଯୋଗ ଦେଇଛନ୍ତି l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଯୁଗ୍ମ କୁଳସଚିବ ଡ ବାବୁଜି ସାମଲ, ଛାତ୍ର ସହ କୁଳସଚିବ ଡ ସରୋଜ କୁମାର ଦାଶ ଏବଂ ସାଂସ୍କୃତିକ ସଂଯୋଜିକା ଡ ସରିତା ଦାଶ ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
ବ୍ରହ୍ମପୁର ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ