May 29, 2025

ଆଶାକର୍ମୀଙ୍କ ଆନ୍ଦୋଳନ ପରେ ସରକାରଙ୍କ ବଡ଼ ଘୋଷଣା…

Share

ଛତ୍ରପୁର-ଆଶା କର୍ମୀଙ୍କ ସହଯୋଗରେ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଘଟି ଥିବାରୁ ଓଡିଶା ସରକାର ଏଥିପାଇଁ ଜାତୀୟ ସ୍ତରରେ ପ୍ରଶଂସା ପାଇ ଆସିଛନ୍ତି।ଆଶାକର୍ମୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। କିନ୍ତୁ ରାଜ୍ୟ ସରକାର ଆଶା କର୍ମୀଙ୍କୁ ଅଣ ଦେଖା କରି ଆସୁଥିଲେ,ଆଶାକର୍ମୀ ମାନଙ୍କ ବହୁବାର ଆନ୍ଦୋଳନ ପରେ ଶେଷରେ ରାଜ୍ୟ ସରକାର ପାରିଶ୍ରମିକ ରାଶି ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ପୂର୍ବରୁ ଆଶା କର୍ମୀ ମାନେ ପାରିଶ୍ରମିକ ରାଶି ୪୫୦୦ଟଙ୍କା ଓ ପ୍ରୋତ୍ସାହନରାଶି ୫୦୦୦ ଥିବା ବେଳେ ଏହି ରାଶିକୁ ଦୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ବହୁବାର ଦାବି ପତ୍ର ଦେଇ ଆସିଛନ୍ତି। ଆଜି ଅର୍ଥାତ ୭/୩/୨୦୨୪ ରେ ପୂର୍ବ ନିର୍ଦ୍ଧାରିତ ଅନୁଯାଇ ଗଞ୍ଜାମ ଜିଲ୍ଲାର ସମସ୍ତ ଆଶା କର୍ମୀ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ଭାରତୀୟ ବିକ୍ଷବରେ ଭାରତୀୟ ମଜୁର ସଂଘର ସଭାପତି ଡ଼ ଭବାନୀ ଶଙ୍କର ଦାସ, ଜିଲ୍ଲା ସମ୍ପାଦକ ଅର୍ଜୁନ ବେହରା, ଜିଲ୍ଲା ପ୍ରଭାରୀ ଲିଙ୍ଗରାଜ ସାହୁ, ଗଞ୍ଜାମ ଜିଲ୍ଲା ଆଶା ସଂଯୋଜକ ମଧୁସୁଦନ ମହାପାତ୍ର, ନୀଳାଞଳ ପଣ୍ଡା, ବୃନ୍ଦାବନ ବେହରା, ଗଞ୍ଜାମ ଜିଲ୍ଲା ଆଶା କର୍ମୀଙ୍କ ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉତ, କୋଷାଧ୍ୟକ୍ଷ ସସ୍ମିତା ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ।ଠିକ ଏହାର କିଛି ସମୟ ପରେ ସରକାରଙ୍କ ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ୨୫୦୦ ଟଙ୍କା ବୃଦ୍ଧ ସହ ପ୍ରୋତ୍ସାହନ ରାଶି ପଚାଶ ହଜାରରୁ ରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ।ଏହା ଘୋଷଣାହେବା ପରେ ଆନ୍ଦାଳନରତ ଆଶା କର୍ମୀମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।(ଅରୁଣ କୁମାର ପଣ୍ଡା)

You may have missed