November 22, 2024

ପୁନେ ରୁ ଗାଁକୁ ଫେରିଲା ମୃତ୍ୟୁ ଶରୀର କୁକୁଡ଼ାଖଣ୍ତି,…

Share

ଗଞ୍ଜାମ ଜିଲ୍ଲା ଗୋପାଳପୁରର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମର ଚନ୍ଦନ ନାୟକ(୨୬)ଙ୍କ ମହାରାଷ୍ଟ୍ର ରାଜ୍ୟ ପୁନେ ଜିଲ୍ଲା ବାଧଲୱାଡି ଶିଳ୍ପାଞ୍ଚଳ ରୁ ଶନିବାର ସନ୍ଧ୍ୟାରେ କାର୍ଯ୍ୟ ସାରି ଫେରୁଥିବା ବେଳେ ତାଙ୍କର ସନ୍ଧେହ ଜନକ ମୁର୍ତ୍ୟୁ ଘଟିଥିବା ସୂଚନା l ସେ ଦୀର୍ଘ ଦିନ ଧରି ଭାଇଟସକୋ ନାମକ ଘରୋଇ କମ୍ପାନୀ ତାରରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଉକ୍ତ ଅଞ୍ଚଳର କିଛି ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବା ନେଇ ଚନ୍ଦନ ତାଙ୍କ ପରିବାର ବର୍ଗ ଙ୍କୁ ପୂର୍ବରୁ କହିଆସୁଥିଲେ l ଏହି ମୁର୍ତ୍ୟୁ ଘଟଣା କୁ ପୁନେ ପୋଲିସ ଆତ୍ମହତ୍ୟା ହୋଇଥିବା ସନ୍ଧେହ କରିଥିବା ସୂଚନା l ଏହି ଘଟଣା ଘଟିବା ପରେ ଶନିବାର ତାଙ୍କ କମ୍ପାନୀର କିଛି ସହଯୋଗୀ ଚନ୍ଦନ ଙ୍କ ଘରକୁ ଫୋନରେ ଜଣାଇଥିଲେ l ଏହା ଶୁଣି ପରିବାର ଲୋକେ ବ୍ରହ୍ମପୁର ରୁ ପୁନେ ଟ୍ରେନ ଯୋଗେ ପୁଅର ମରଶରୀର କୁ ନିଜ ମାଟି କୁ ଆଣିବା ପ୍ରଚେଷ୍ଟା ଜାରି ରଖିଛନ୍ତି l ଆଗାମୀ ଦିନରେ ମୁର୍ତ୍ୟୁ ଶରୀର ବ୍ୟବଛେଦ ପରେ ମୁର୍ତ୍ୟୁର କାରଣ ସ୍ୱଷ୍ଟ ହେବ ବୋଲି ଜଣାପଡିଛି l ଚନ୍ଦନ ନାୟକ ଙ୍କ ପରିବାର ବର୍ଗ ଗରିବ ପରିବାର ହୋଇଥିବା ରୁ ସେ ଦୁଃଖ କଷ୍ଟରେ ଡିପ୍ଲୋମା ଶିକ୍ଷା ସାରି ପୁନେ ରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ ପୁନେରେ ମୁର୍ତ୍ୟୁ ହୋଇଥିବା ପରିବାର ଲୋକେ ରୋଜଗାରିଆ ପୁଅର ମୁର୍ତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି l ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ବଡ଼ ସାହିର ହେମନ୍ତ ନାୟକଙ୍କ ୨୬ ବର୍ଷ ବୟସ୍କ ପୁତ୍ର ଚନ୍ଦନ ନାୟକ ଅନେକ ଦୂର ପୁନେ ସହରରେ ଆକସ୍ମିକ ମୃତ୍ୟୁରେ ପ୍ରାଣ ହରାଇଥିବା ଖବର ପାଇବା ସହ ପରିବାର ଲୋକଙ୍କ ଅନୁରୋଧ କ୍ରମେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ପୁନେରୁ ପାର୍ଥିବ ଶରୀରକୁ ଗୁରୁଣ୍ଠି ଗ୍ରାମକୁ ଆଣିବା ପାଇଁ ଆବଶକୀୟ ସମସ୍ତ ସଂଯୋଜନା କରିଥିଲେ । ୧୦ନଂ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ , ସ୍ଥାନୀୟ ସରପଞ୍ଚ ମାଙ୍ଗତା ପାତ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲୀପ କୁମାର ପାତ୍ର, ବରିଷ୍ଠ ସମାଜ ସେବୀ ରାଜେନ୍ଦ୍ର ପାତ୍ର , ପୂର୍ବତନ ସମିତି ସଭ୍ୟ ବିସିକେଶନ ମଇଲିଙ୍କ ସମେତ ବହୁ ଗ୍ରାମବାସୀମାନେ ଉପସ୍ଥିତିରେ ମୃତକଙ୍କ ଘରକୁ ଏବଂ ସ୍ମଶାନ କୁ ଯାଇ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ସାହାଯ୍ୟର ହାତବଢ଼ାଇବା ସହିତ ଆଗାମୀ ଦିନରେ ସର୍ବ ଆବଶ୍ୟକୀୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଶ୍ରୀପୟରରେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ(ପି.କୃଷ୍ଣମୂର୍ତ୍ତି ରିପୋର୍ଟ)