November 15, 2024

ଗଜପତି ଜିଲ୍ଲାପାଳ ମୋହନା ମୁକ ବଧିର ବିଦ୍ୟାଳୟରେ ହୋଲି ଖେଳିଲେ, ପରିଚାଳନା କମିଟିରେ ବୁଦ୍ଧିଜୀବୀଙ୍କୁ ସାମିଲ ପାଇଁ ପ୍ରସ୍ତାବ ଦେଲେ

Share

 

–ଗଜପତି ଜିଲ୍ଲା ମୋହନା ଠାରେ ଥିବା ଜିଲ୍ଲାର ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ଅନ୍ଧ ମୁକ ବଧିର ବିଦ୍ୟାଳୟରେ ଚନ୍ଦ୍ରଗିରି ଠାରେ ଥିବା ତିବତୀଅନ ସଂଗଠନ ଦ୍ୱାରା ପିଲାଙ୍କ ବ୍ୟବହାର ନିମନ୍ତେ ଷ୍ଟିଲ ଥାଳି, ଗ୍ଲାସ, ଷ୍ଟିଲ ଥାକ, ଚାଉଳ, ଆଳୁସହ ଥଣ୍ଡା ପାନୀୟ ବ୍ୟବହାର ନିମନ୍ତେ ଏକ କୁଳର ଫିଲଟର ପ୍ରଦାନ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେବା ସହ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସଂମ୍ମାନୀତ ଅତିଥି, ତବତୀଆନ ଗୁରୁଜୀ ଖେମ୍ପୋ ପେମା ଥେନପାଲ ଅନ୍ୟତମ ଅତିଥି ସହ ସ୍ତାନୀୟ ସରପଞ୍ଚ ସୁନିତା ମଳିକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାପାଳ ଭିନ୍ନକ୍ଷମ ପିଲାଙ୍କ ସହ ରଙ୍ଗ ବୋଲି ହୋଲି ଉତ୍ସଵ ପାଳନ କରି ପିଲାଙ୍କୁ ହସାଇଥିଲେ।ଏହି ବୈଠକରେ ସ୍ତାନୀୟ ଲୋକ ଜିଲ୍ଲାପାଳଙ୍କୁ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋ-ଡାକ୍ତରଖାନା କରିବା ନିମନ୍ତେ ଏକ ଦାବିପତ୍ର ଦେଇ ଅନୁରୋଧ କରିଥିଲେ।ଜିଲ୍ଲାପାଳ ପୂର୍ବରୁ ଏହି ବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ବିଭିନ୍ନ ଖବର ଜାଣି ଆଜି ସମସ୍ତ ଲୋକଙ୍କ ଉପସ୍ଥିତିରେ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିରେ ସ୍ତାନୀୟ ବୁଦ୍ଧିଯିବି, ପ୍ରଶାସକ, ରାଜନେତା ଙ୍କୁ ସାମିଲ କରିବା ପାଇଁ ଉପଦେଶ ଦେବା ସହ ବିଦ୍ୟାଳୟ ସୁ-ପରିଚାଳନା ହେବା ସହ ବିଦ୍ୟାଳୟର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ।ଏହା ସହ ଓକିଲ ସଙ୍ଘ ସଭାପତି ରବୀନ୍ଦ୍ର ନାୟକ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ।ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ନିଜ ବକ୍ତବ୍ୟରେ ଭିନ୍ନକ୍ଷମ ପିଲାଙ୍କ ସେବା କଲେ ମଙ୍ଗଳ ହେବ ବୋଲି କହିଛନ୍ତି।ତତ ସଙ୍ଗେ ସଙ୍ଗେ ଗୁରୁଜୀ ପେମା ତିବତୁରୁ ତାଙ୍କ ପୂର୍ବ ପୁରୁଷ ଆସିଥିଲେ ମଧ୍ୟ ସେମାନେ ଏହି ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି।ଆମେ ସବୁ ଓଡ଼ିଆ, ଆମ ଧର୍ମଗୁରୁ ଦଳାଇଲାମା ମିଳିମିଶି ଚଳିବାକୁ କହିଛନ୍ତି ତେଣୁ ଆମେ ଭାଇ ଭାଇ ଭଳି ଚାଲିବା ବୋଳି କହିଛନ୍ତି।ଜିଲାପାଳଙ୍କ ଚେଷ୍ଟାରେ ଆମେ ଓଡ଼ିଶା ସରକାର ଙ୍କ ଠାରୁ ଖାଉଟି କାର୍ଡ ସହ ସ୍ୱାସ୍ତ୍ୟ କାର୍ଡ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଜିଲାପାଳ ଙ୍କୁ ଧନ୍ୟବାଦ ଦେଇଥିଲେ।ଏହି ଉତ୍ସବରେ ବିଦ୍ୟାଳୟ ସମ୍ପାଦକ ଦଣ୍ଡାସି ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀଙ୍କ ସମେତ ବହୁ ସ୍ତାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।ଜିଲାପାଳ ନିଜ ବକ୍ତବ୍ୟରେ ବିଦ୍ୟାଳୟ ର ଉନ୍ନତି ପାଇଁ ଦୃଷ୍ଟିଦେବେ ବୋଲି ପ୍ରକାଶ କରିଥିଲେ।