May 10, 2026

ଅବସର ପ୍ରାପ୍ତ ସୈନିକ ପରିବାର ଙ୍କ କୃଷ୍ଣାନନ୍ଦପୁର ଥାନା ଅଧିକାରୀଙ୍କୁ ଶୁଭେଚ୍ଛା ପ୍ରଦାନ..

IMG-20250207-WA0033
Share

 

ତିର୍ତ୍ତୋଲ(ରଞ୍ଜନ କୁମାର ମଲ୍ଲିକ)

ଭାରତୀୟ ସେନାବାହିନୀରେ ଦକ୍ଷତାର ସହିତ କାର୍ଯ୍ୟ କରି ସେବାନିବୃତ ହେଵା ପରେ ଜଗତସିଂହପୁର ଜିଲ୍ଲାର ଭେଟେରାନ ସୈନିକ ପରିବାର ଭାବେ ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି।ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପଖଣ୍ଡର କିଛି ସେନାନିବୃତ୍ତ ଭେଟରାନ ଭାଇ ମାନେ କୃଷ୍ଣାନନ୍ଦପୁର ଥାନାର ନବ ନିଯୁକ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ କୁଳମଣି ସେଠୀ ଙ୍କୁ ମିଳିତ ଭାବେ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନ ଜଣାଇଛନ୍ତି।ପ୍ରତିବଦଳରେ ଶ୍ରୀଯୁକ୍ତ ସେଠୀ ବହୁତ ଖୁସୀ ଓ ଉତ୍ସାହିତ ହୋଇ ପ୍ରତି ସମ୍ମାନ ପ୍ରଦାନ କରିଥିଲେ ଓ ଯେ କୌଣସି ଅସୁବିଧା ସମୟରେ ଯଥାରୀତି ଭାବେ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିଲେ। ଥାନା ଅଧିକାରୀ ଶ୍ରୀଯୁକ୍ତ ସେଠୀ ଙ୍କ ଠାରୁ ଆଶାନୁରୂପ ପ୍ରତିଶୁତି ଶୁଣି ସମସ୍ତ ସୈନିକସାଥି ନିଜକୁ ଧନ୍ୟ ଅନୁଭବ କରିଥିଲେ।ଭେଟେରାନ ସୈନିକ ମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ସାହୁ,ରବିନାରାୟଣ ପଣ୍ଡା,ବିରଜା ମୋହନ ମହାପାତ୍ର, ରମେଶ ଚନ୍ଦ୍ର ମହାନ୍ତି,ଅଭୟ ଚରଣ ମଲ୍ଲିକ,ନିରଞ୍ଜନ ମଲ୍ଲ,ଅଭୟ କୁମାର ସାହୁ,ଆକ୍ୟୁଷ ମହାପାତ୍ର, ମାଧବ ଚନ୍ଦ୍ର ସ୍ୱାଇଁ,ଭଞ୍ଜ କିଶୋର ବେଉରା ଏବଂ ନିରଞ୍ଜନ ବିଶ୍ୱାଳ ଥିବା ବେଳେ ପିଏସପି ର ତିର୍ତ୍ତୋଲ ଉପଖଣ୍ଡ କୋର୍ଡିନେଟର ଅଭୟ ଚରଣ ମଲ୍ଲିକ ଏହି ସମସ୍ତ ଆୟୋଜନ କରିଥିଲେ।