May 13, 2025

ଭୁବେନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ(ଏସ ୟୁ ଜେ) ର ୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Share

ପାରଳାଖେମୁଣ୍ଡି(ଗରୁଡ଼ ଧ୍ୱଜ ଚୌଧୁରୀ) ଭୁବେନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ (ଏସ ୟୁ ଜେ) ର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ,ଏନୟୁଜେ ସର୍ବ ଭାରତୀୟ ଅଧ୍ୟକ୍ଷ ପସୁରେଶ ଶର୍ମା ବଶିଷ୍ଠ ସାମ୍ବାଦିକ ରାଜାରାମ ଶତପଥି,(ଏନ୍ ୟୁ ଜେ) ସର୍ବ ଭାରତୀୟ ସଚିବ ବବୁଲ ସିଂ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ସଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ ,ବରିଷ୍ଠ ଉପସଭାପତି ସମେତ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକରୁ ପ୍ରାୟ ୬ ଶହରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦାନ କରି ସାମ୍ବାଦିକ ମାନଙ୍କ ସମସ୍ୟା କୁ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।