ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ଅନ୍ତର୍ଗତ କାରାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବାର୍ଷିକୋତ୍ସବ ପାଳନ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ସୁଶୀଳା ମାଝୀ ବିଦ୍ୟାଳୟ ପାଇଁ ଉଚ୍ଚ ମାନର ଶିକ୍ଷଣ ପରିବେଶ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ୍ ଓ ସୁସାହିତ୍ୟିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ରାଉତ ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷାର ଆବଶ୍ୟକତା ତଥା ବିନିଯୋଗ ଉପରେ ଗୁରୁତ୍ବ ଦେଇ ଥିଲେ। ସେହିପରି ସାଂସଦ ପ୍ରତିନିଧି ଶ୍ରୀମତୀ ବାସନ୍ତୀ ମାଝୀ ବିଦ୍ୟାଳୟ ପାଇଁ ଆବଶ୍ୟକ ପାଚେରୀ ପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ କୈଳାସ ବେହେରା ଏହି ଅନୁନ୍ନତ ଅଂଚଳରେ ଶିକ୍ଷା ବ୍ୟବସ୍ଥାର ନିରନ୍ତର ବିକାଶ ଜରୁରୀ ବୋଲି କହିଥିଲେ । ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାଦେୟ ଯୋଜନା ଆଞ୍ଚଳିକ ଗୀତ ଛଳରେ ଉପସ୍ଥାପନ କରିଥଲେ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଶ୍ୟାମଳୀ ଭତ୍ରା, କାରାଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚନ୍ଦ୍ର ପଟ୍ଟନାୟକ,ସମିତି ସଭ୍ୟ ଶ୍ରୀଯୁକ୍ତ ବିକ୍ରମ ସିଂ, ବରିଷ୍ଠ ସମାଜ ସେବୀ ଉଦୟ ସିଂହ ଭତ୍ରା, ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଲଖି ମାଝୀ, ସି ଆର୍ ସି ସି ଶ୍ରୀଯୁକ୍ତ ମଧୁସୂଦନ ଜେନା ଓ ହେମନ୍ତ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ସମାରୋହ ଆରମ୍ଭରେ ଶିକ୍ଷକ ଶ୍ରୀ ବଙ୍କିମ ବେହେରା ସ୍ବାଗତ ଭାଷଣ ଦେବା ସହ ଶ୍ରୀ ମନୋଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସର୍ବେଶ୍ଵର ମଲ୍ଲିକ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀ ତ୍ରିପତି ପଟ୍ଟନାୟକ। ଏହାପରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଥାନୀୟ ବନ୍ଧଗୁଡା ପ୍ରାଥମିକ ବିଦ୍ୟାଳୟର କୁନି କୁନି ପିଲାଙ୍କ ଦ୍ୱାରା ଘୋଡ଼ା ନାଚ ଉପସ୍ଥାପନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଚଇତନ ଭତ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନସୀ ଦାସ, ବିଷ୍ଣୁପ୍ରିୟା ବେଜ, ଅନିତା ପାଢ଼ୀ, ଟୁନୀ ସୁବୁଦ୍ଧି, ଶ୍ରୀ ଅଭିଷେକ ବାରିକ, ତୁଳସୀ ସାର୍, ତେଜ ସାର୍, ଶଶାଙ୍କ ସାର ସନ୍ତୋଷ ସାହୁ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରିଥିଲେ ।