ମଣ୍ଡିରୁ ଉଠୁନି ଧାନ ଶୀତ କାକର ରେ ଯୋଗି ରହିଛି ଚାଷୀ.

ଚଳିତ ବର୍ଷ ଖରିଫ ଋତୁ ର ଧାନ କିଣିବା ସକାଶେ ଜ଼ିଲ୍ଲା ପ୍ରଶାସନ ଗତ 24/11/25 ରେ କୋରାପୁଟ ଠାରେ ଜ଼ିଲ୍ଲାପାଳଙ୍କ ଅଧୋକ୍ଷତାରେ 25/26ବର୍ଷ ଧାନ କ୍ରୟ ବିକ୍ରୟ ପାଇଁ ବୟଠୋକ ଅନୁଷ୍ଠିତ ହେଇଥିଲା l ଏଥିରେ ସାଂସଦ, ବିଧାୟକ, ଜ଼ିଲ୍ଲା ମିଲ ମାଲିକ ସଙ୍ଗ, କୃଷକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କର ଉପସ୍ଥିତ ରେ ହେଇଥିଲା l ଏଥିରେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଧାର୍ଯ୍ୟଧାର ଅନୁଯାଇ ଧାନ କ୍ରୟ କରିବା ସକାଶେ ନିଷ୍ପତି ନିଆଯାଇଥିଲା l ଓ ଏଫ ଏ କ୍ଯୁ ଧାନ କ୍ରୟ ବିକ୍ରୟ ପାଇଁ ଜୟପୁର ଉପକୋଣ୍ଠ ଅଞ୍ଚଳରେ ମଣ୍ଡି ଖୋଲି ଚାଷୀ ମନେ ସୁବିଧାରେ ଧାନ ବିକ୍ରି କରିବା ପାଇଁ ବିଶେଷ ଭାବେ ଆଲୋଚନା ହେଇଥିଲା l ଏଥିରେ କ୍ରୟ ବିକ୍ରୀୟ ସକାଶେ 9 ଗୋଟି ନିୟମ ରଖା ଯାଇଛି l ମଣ୍ଡି ଗୁଡିକରେ ସଖାଳ 8 ରୁ 2 ପର୍ଯ୍ୟନ୍ତ କ୍ରୟ ବିକ୍ରୀୟ କରିବା ସହ ଚାଷୀ ନିର୍ଦ୍ଧାରିତ ସମୟ ଣ ଆଣିଲେ ଧାନ ଗ୍ରହଣ କରାଯିବ ନାହିଁ l
ଚାଷୀ ଧାନ ବିକ୍ରି କରିବାକୁ ଆଣିବା ପୂର୍ବରୁ ସପୃକ୍ତ କ୍ରୟ ବିକ୍ରୟ ସଂସ୍ଥା ଠାରୁ ଆଗୁଆ ଟକେନ ନେଇ ବିକ୍ରି ପାଇଁ ମଣ୍ଡିକୁ ଆଣିବା ସହ ବିନା ଟକେନ ରେ ଚାଷୀଙ୍କ ଧାନ କିଣାଯିବନାହିଁ, ଚାଷୀ ମାନେ ମଣ୍ଡିରେ ବିକ୍ରି କରିବାକୁ ଆଣିବା ସମୟରେ ପଞ୍ଜିକୃତ ସମୟର ପାସ ବୁକ, ଆଧାର କାର୍ଡ ଆଣିବାକୁ କୁହାଯାଇଛି l ଟକେନ ର ବୟଦ୍ଧତା 30 ଦିନ, ଚାଷୀ ଆଣିଥିବା ଧାନ କୁ ଏଫ, ଆଇ,ଏଫ,ଓ, ଚାଷୀ ପ୍ରଥମ ଆଣିଥିବା ଧାନ କୁ ପ୍ରଥମେ କିଣାଯିବ, ଏଭଳି ନଅ ଗୋଟି ନିୟମା ବୋଳି ରଖା ଯାଥିବା ଜଣାପଡିଛି l କିନ୍ତୁ କୋଟପାଡ଼ ଅଞ୍ଚଳରେ କୌଣସି ମଣ୍ଡିରେ ଉକ୍ତ ନିୟମା ବୋଳି ଅନୁଯାଇ ଧାନ କିଣାଯାଉ ନ ଥିବା ଚାଷୀ ମୋହଲରେ ଆଲୋଚନା ହେଉଛି l ମୁଖ୍ୟତ୍ୱ ଚଳିତ ବର୍ଷ ଡେରିରେ ପ୍ରଶାସନ ମଣ୍ଡି ଆରମ୍ଭ କରିଛି, ଦୁତୀୟ ରେ ପଞ୍ଜିକୃତ କରିଥିବା ଚାଷ ଜମି ଅନୁଯାଇ ଚାଷୀଙ୍କୁ ଟୋକେନ ଆସିନାହିଁ, ବର୍ତ୍ତମାନ ସୁଦ୍ଧା କେତେକ ଚାଷୀଙ୍କ ଟୋକେନ ଆସୀନଥିବା କହୁଛନ୍ତି l ଏଭଳି ସମୟରେ ଗତ 11 ତାରିଖ ରୁମଣ୍ଡି ଆରମ୍ଭ ହେଇଥିଲେ ସୁଦ୍ଧା ଉକ୍ତ ଦିନ ବ୍ୟତୀତ ଅନ୍ୟତାରିଖ ରେ କେତେକ ମଣ୍ଡି ଉଦଘାଟନ ହେଇଥିବା ଜଣାପଡିଛି l ମଣ୍ଡି ମାନଙ୍କରେ ପ୍ରଶାସନ ଧାନ ବିକ୍ରି କରିବାକୁଥିବା ଚାଷୀଙ୍କ ତାଲିକା ଓ ଟୋକେନ ଦେଇଥିବା ବେଳେ ଉକ୍ତ ତାଲିକାରେ ରହିଥିବା ଚାଷୀ ଟୋକେନ ନେଇ ମଣ୍ଡି ମାନଙ୍କରେ ଧାନ ପକାଇଥିଲେ l କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଧାନ ଉଠି ପାରିନଥିବା ଚାଷୀ କହୁଛନ୍ତି l କିନ୍ତୁ ଅନ୍ୟ ଚାଷୀଙ୍କ ଧାନ ଉଠିଥିବା ଚଷୀ ଅଭିଯୋଗ କରିଛନ୍ତି l ସେମାନଙ୍କର ଧାନ କିଭଳି ଲେମ୍ପ ଓ ମିଲେର, ନିୟନ୍ତ୍ରିତ ବଜାର କମିଟି ଉଠାଉଛିନ୍ତି ବୋଳି ଚାଷୀ ଅଭିଯୋଗ କଲେଣି l କୋଟପାଡ଼ ଅଞ୍ଚଳ ରେ ଚଳିତ ବର୍ଷ 12 ଗୋଟି ସ୍ଥାନ ତଥା ଏସ, ବି, ନୂଆଗାଁ, ଡଙ୍ଗରୀ, ଚାନ୍ଦିଲି, ଘୁମର, ଧାମନାହାଣ୍ଡି, ବତାଶନା, ସୋଡୋରଙ୍ଗା, କୁସୁମୀ, କୋଟପାଡ଼, ଚିତ୍ରା, ବୋବେୟା, ଭୋନସୁଲି, ଅଞ୍ଚଳରେ ଲେମ୍ପ ଓ ନିୟନ୍ତିତ ବଜାର କମିଟି ମିଳିତ ରୂପେ ଧାନ କିଣୁଛନ୍ତି, ସେଭଳି ଦୁଇଟି ପାଣି ପଞ୍ଚୟତ ତଥା ଗିର୍ଲା ରେ ଲିଙ୍ଗରାଜ ପାଣି ପଞ୍ଚୟତ, ଓ ମୁର୍ତାହାଣ୍ଡି ରେ ଖଡ଼ିଆ ଦେବୀ ପାଣି ପଞ୍ଚୟତ ଧାନ କିଣୁଛନ୍ତି l ମୁର୍ତାହାଣ୍ଡି ଅଞ୍ଚଳରେ ପ୍ରଥମ ତାଲିକାରେ ପ୍ରକାଶ ପାଇଥିବା ଚାଷୀଙ୍କ ଧାନ କିଣାଯାଇନଥିବା ବେଳେ ଅନ୍ୟ ଚଷୀଙ୍କ ଧାନ କିଣାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି l ସେଭଳି ବତାଶନା ଅଞ୍ଚଳରେ ମଧ୍ୟ ସମାନ ଏଭଳିକି ଉକ୍ତ ମଣ୍ଡି ମାନଙ୍କରେ ରହିଥିବା ଡି,ଇ ଓ, ମାନେ ମିଲର ମାନଙ୍କ ଠାରୁ ଚିଠି ଆଣିଲେ ଧାନ ଉଠାହେବ ବୋଳି କହୁଛନ୍ତି ବୋଳି ଚାଷୀ କହୁଛନ୍ତି ଏଠାରେ ପ୍ରଶ୍ନ ଉଠୁଛି ଯଦି ଚାଷୀ ମିଲେର ପାଖରୁ ଚିଠି ଆଣିବାର ଅଛି ତାହେଲେ ପ୍ରଶାସନ ମଣ୍ଡି କରିବାର କଣ ଆବଶ୍ୟକ ବୋଳି ସାଧାରଣ ରେ ଆଲୋଚନା ହେଉଛି l ଏଭଳିକି ମାସ ସରିଯାଇଥିବା ମିଲେର କହୁଥିବା ଜଣାପଡିଛି l ଏଠାରେ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଡି,ଇ,ଓ ଏବଂ ଦଲାଲ ମିଲେର ପ୍ରଶାସନ ର କିଛି ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକାରେ ମଣ୍ଡି ପରିଚାଳିତ ହେଉଥିବା ସାଧାରଣ ରେ ମତ ପ୍ରକାଶ ପାଉଛି l
ବର୍ତ୍ତମାନ ମିଲେର ଙ୍କ ଷ୍ଟାଇକ ଆରମ୍ବ ହେଇଥିବା ବେଳେ ମଣ୍ଡି ମାନଙ୍କର କଷ୍ଟ ଉପାର୍ଜିତ ଧାନ ପଡିରୋହିଛି, ଅନ୍ୟପଖ୍ୟରେ ପ୍ରଥମ ପ୍ରକାଶ ପାଇଥିବା ତାଲିକା ର ଏସ, ବି ନୂଆଗାଁ ର 53,କୋଟପାଡ଼ ର 49,ଚିତ୍ରା ର 17,ବୋବେୟା ର 8,ଭୋନସୁଲି ର 16,କୁସୁମୀର 5,ଷୋଡରଙ୍ଗ ର 32 ବତାଶନା ର 46 ଚାନ୍ଦିଲି ର 48 ଡଙ୍ଗରୀ ର 9 ସମୁଦାୟ 283 ଜଣଙ୍କ ଚାଷୀଙ୍କ ଟୋକେନ ଆଉ ଦିନେ ଦୁଇ ଦିନ ମଧ୍ୟରେ ବୟଦ୍ଧତା ଶେଷ ହେଇଯିବ ବୋଲି ଲେମ୍ପ ତରଫରୁ ସୂଚନା ମିଳିଛି ଏମାନଙ୍କ ଧାନ କେବେ ବିକ୍ରି ହେବ ପ୍ରଶାସନ କେବେ ତାଲିକା ପ୍ରକାଶ କରିବ ବିଲି ଚାଷୀମୋହଲରେ ଆଲୋଚିନା ହେଉଛି l ଏହାକୁ ନେଇ ସି, ଏସ,,ଓ ତୁଲାରାମ ନାୟକ ଙ୍କୁ ଯୋଗାଯୋଗ କରିବାରୁ ମଣ୍ଡି ଦାଇତ୍ୱ ପରଖିବାର ଆମ ଦାଇତ୍ୱ ନୁହେଁ, ଡି,ଆର,ସି ଓ ଙ୍କ ସହ ଯୋଗାଯୋଗ କରନ୍ତୁ ବୋଳି କହିଥିଲେ ଡି, ଆର, ସି, ଓ ମୋନିକା ମିଶ୍ରଙ୍କ ସହ ଯୋଗା ଜଗ କରିବା ରୁ ସେ ମୋବାଇଲ ଉଠାଇ ନାହାନ୍ତି l ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ନାହିଁ lମଣ୍ଡି ଆରମ୍ଭ ହେବା ଦିନଟୁ ଶୀତ କାକର ରେ ଚାଷୀ ମଣ୍ଡି ମାନଙ୍କରେ ଯୋଗୀରହିଥିବା ବେଳେ ପ୍ରଶାସନ ଚାଷୀଙ୍କ ସହ ଖେଳ ଖେଳୁଛି ବୋଳି ସାଧାରଣ ରେ ମତ ପ୍ରକାଶ ପାଉଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
