କୁଜଙ୍ଗ ବ୍ଲକର ଆର୍ଯ୍ୟମାନ ମହାପାତ୍ର ବୃତ୍ତି ପରୀକ୍ଷାରେ ମେରିଟ ୱାନ ହୋଇଛନ୍ତି..
କୁଜଙ୍ଗ(ରଞ୍ଜନ କୁମାର ମଲ୍ଲିକ)
ସାମ୍ପ୍ରତିକ ସମୟରେ ପାଠ ପଢ଼ା ରେ ଚାଲିଛି ପ୍ରତିଦ୍ବନ୍ଦିତା।ସରକାରୀ ବିଦ୍ୟାଳୟ ହେଉ ଅବା ବେସରକାରୀ ବିଦ୍ୟାଳୟ ସବୁଠି ପାଠ ପଢା ର ଚାଲେଞ୍ଜ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବି ଟକ୍କର ଲାଗୁଛି ମେରିଟ ପାଇଁ।ନିକଟରେ ଶେଷ ହୋଇଥିବା ବୃତ୍ତି ପରୀକ୍ଷା ୨୦୨୪-୨୫ ରେ ମେରିଟ ୱାନ ନମ୍ବର ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ତଥା ରାହାମା ସ୍ଥିତ ଡାଇନାମିକ ଇଂଲିଶ ମିଡ଼ିଅମ ସ୍କୁଲ ର ଛାତ୍ର ଆର୍ଯ୍ୟମାନ ମହାପାତ୍ର। ଯେ କି ପଞ୍ଚମ ଶ୍ରେଣୀରେ ଅଧ୍ୟୟନ ରତ। ଆର୍ଯ୍ୟମାନ ଙ୍କ ପିତା ବଡ଼ପାଳ ନିବାସୀ ଗୋପାଳ ଚନ୍ଦ୍ର ମହାପାତ୍ର ଓ ମାତା ସୁଜାତା ମହାପାତ୍ର।ପୁତ୍ରର ଗାରିମା ରେ ବିହ୍ଵଳିତ ହୋଇ ଆଖପାଖ ସାହି ପଡିଶା ରେ ମିଠା ବଣ୍ଟନ କରିଥିବା ବେଳେ ପୁଅ ପାଇଁ କୁଜଙ୍ଗ ବ୍ଲକ ଗୌରାବାନ୍ୱିତ ହୋଇଛି ବୋଲି ଆନନ୍ଦ ଗଦଗଦ ହୋଇ ଆମ ପ୍ରତିନିଧି ଙ୍କୁ ଜଣେଇ ଥିଲେ। ଅଧ୍ୟୟନ କରୁଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆର୍ଯ୍ୟମାନ ପରି ମେଧାବୀ ଛାତ୍ରକୁ ପଢ଼େଇ ଥିବାରୁ ନିଜର ଶ୍ରମ ସାର୍ଥକ ହୋଇଛି ବୋଲି ଖୁସୀ ହେବା ସହିତ ଭବିଷ୍ୟତ ଶିକ୍ଷା ଜୀଵନ ପାଇଁ ଆଶୀର୍ବାଦ କରିଛନ୍ତି।ମେରିଟ ୱାନ ଘୋଷଣା ପରେ ଆର୍ଯ୍ୟମାନ ପାଖକୁ ସାଙ୍ଗ ସାଥି,ବନ୍ଧୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଢେର ସାରା ଶୁଭେତ୍ସା ର ବାର୍ତ୍ତା ଆସୁଥିବାର ଜଣାଇଛନ୍ତି ଆର୍ଯ୍ୟମାନ ଙ୍କ ପିତା ଗୋପାଳ ମହାପାତ୍ର।ଚଳିତ ବର୍ଷ ଠାରୁ ଶିକ୍ଷା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ଆର୍ଯ୍ୟମାନ ଆହୁରି ମନୋବଳ ଦୃଢ଼ କରି ପାଠ ପଢ଼ାରେ ଅଧିକରୁ ଅଧିକ ସମୟ ଉପଯୋଗ କରିବାକୁ କହିଛନ୍ତି।