ସଂଖ୍ୟାଲଘୁ ମାନଙ୍କ ସୁରକ୍ଷା ଦାବି କଲା ଓଡ଼ିଶା କମ୍ୟୁନିଟି ମାଇନୋରିଟି ଫୋରମ
ବାଲେଶ୍ୱର (ଶେଖ୍ ନଜିମ୍):ରାଜ୍ୟରେ ସଂଖ୍ୟାଲଘୁ ମାନଙ୍କ ଉପରେ ହେଉଥିବା ଅତର୍କିତ ଆକ୍ରମଣ କୁ ନିନ୍ଦା କରିଛି ଓଡ଼ିଶା କମ୍ୟୁନିଟି ମାଇନୋରିଟି ଫୋରମ। ରାଜ୍ୟରେ ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଫୋରମ ଦାବି କରିଛି। ଏହି ପରିପ୍ରେକ୍ଷୀରେ ଫୋରମ ପକ୍ଷରୁ ସୋମବାର ବାଲେଶ୍ଵର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ଦୁଇ ମାସ ମଧ୍ୟରେ ରାଜ୍ୟରେ ୨୦ରୁ ଅଧିକ ଘଟଣା ଘଟିଥିବା ବେଳେ ବାଲେଶ୍ଵର ରେ ୮ଟି ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି ବୋଲି ସଂଖ୍ୟାଲଘୁ ନେତା ଡ଼ଃ ପଲ୍ଲବ କୁମାର ଲିମା ଉଦବେଗ ପ୍ରକାଶ କରିଛନ୍ତି। ଡିସେମ୍ବର ୨୫ ତାରିଖ ରେମୁଣା ନୀଳଗିରି ସୀମାନ୍ତ ରେ ମହିଳାମାନଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଜୋର ଜବରଦସ୍ତ ଏକ ଧାର୍ମିକ ସ୍ଲୋଗାନ ଦିଆକରାଇବା ନିନ୍ଦନୀୟ ବୋଲି ସେମାନେ କହିଥିଲେ। ଆଗାମୀ ଦିନରେ ଏହା ଉପରେ ରୋକ ଲଗାଇବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୈୟଦ ସଲିମ ରାଜା କହିଛନ୍ତି। ନଚେତ ରାଜ୍ୟରେ ଭାଇଚାରା ସଙ୍କଟ ମଧ୍ୟକୁ ଚାଲିଯିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଫୋରମ ର ଅଧ୍ୟକ୍ଷ ଡିବି ହୃଦୟା ବସି ଡାଣ୍ଡିଆ, ସଂଖ୍ୟାଲଘୁ ନେତା ଡ଼ଃ ପଲ୍ଲବ କୁମାର ଲିମା, ସମରେଶ ନାୟକ, ସୈୟଦ ସଲିମ ରାଜା, ସେଖ ସବିର ଅଲି, ସେଖ ଅବଦୁଲ ଇସ୍ରାଇଲ, ସାହେବା ଅଖତର, ଅବଦୁଲ କଲିମ ଖାନ,ଜଗନ କୁମାର ଗିରୀ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସାମିଲ ହୋଇଥିଲେ