March 12, 2026
ajiro khabar
Share

 

୧-ନୂଆ ଦିଲ୍ଲୀ:ବିଶ୍ବ ସମୁଦାୟକୁ ଭାରତ-ରୁଷର ମିଳିତ ଆହ୍ବାନ: ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢେଇ ଜାରି ରହିବ।

 

୨-ଭୁବନେଶ୍ୱର:ଫେବୃଆରୀ ୧୯ରେ ହେବ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍।

 

୩-ଭୁବନେଶ୍ୱର:ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ – ଗଣଶିକ୍ଷା ମନ୍ତ୍ରୀ

 

୪-‘ଓଡ଼ିଆ ଅସ୍ମିତା’ ପାଇଁ ୨୦୦ କୋଟିର ସ୍ବତନ୍ତ୍ର ପାଣ୍ଠି; ଗୃହରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

 

୫-ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ; ନିରାଶରେ ଫେରିଲେ ପରୀକ୍ଷାର୍ଥୀ।

 

୬-ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କା।

 

୭-ଭୁବନେଶ୍ୱର:ଆଜିଠାରୁ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ପୁସ୍ତକ ମହୋତ୍ସବ , ଉଦ୍ଘାଟନ କରିବେ ମୁଖ୍ଯମନ୍ତ୍ରୀ।

 

୮-ପୁଣି ଜଳଜଳ ବାରବାଟୀ ଟିକେଟ୍ କଳାବଜାରୀ ଚିତ୍ର, ଏଥର ବି କ୍ରିକେଟ୍ ଅଜ୍ଞ ମହିଳାଙ୍କୁ ଧାଡ଼ିରେ ରଖି ମାତିଲେ ଦଲାଲ।

 

୯- କଟକ:ରାତି ଅନିଦ୍ରା ସତ୍ବେ ମିଳିଲାନି ଟିକେଟ୍, କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ।

 

୧୦-ନୀଳଗିରି:ଛାତ୍ରଙ୍କୁ ବେଡି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ନୀଳଗିରି ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ।

 

୧୧-ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

 

୧୨-ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ହେବ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’।

 

୧୩-ମହାତ୍ମାଗାନ୍ଧୀ ମାର୍ଗରେ ଏକାଠି ହୋଇଛନ୍ତି ୨୫ ହଜାରରୁ ଅଧିକ ଶିକ୍ଷକ। ଗ୍ରେଡ୍ ପେ ବୃଦ୍ଧି ଆଉ ଠିକା ବ୍ୟବସ୍ଥା ଉଚ୍ଛେଦ ଭଳି ଦୁଇ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ସଂଘ।

 

୧୪-୩ଟି ଗାଡ଼ିକୁ ଧକ୍କା ଦେଇ ଘରେ ପଶିଲା ହାଇୱା, ଡ୍ରାଇଭର ନିଖୋଜ।କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ତେଲିସାହି ନିକଟରେ ଘଟିଛି ସିରିଜ୍ ଦୁର୍ଘଟଣା ।

 

୧୫-ଭୁବନେଶ୍ୱର:ପାରାଦୀପ ଓ ମହାକାଳପଡ଼ାରେ ହେବ ଆର୍ସେଲର ମିତ୍ତଲ – ନିପ୍ପନ କାରଖାନା।

 

୧୬-ନୂଆ ଦିଲ୍ଲୀ:ରେପୋ ରେଟ୍ ୫.୨୫%କୁ ହ୍ରାସ,କମିବ ଗାଡ଼ି ଓ ଗୃହ ୠଣ କିସ୍ତି।

 

୧୭-୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ୩୦ ଦିନିଆ ମାଗଣା ପର୍ଯ୍ୟଟକ ଭିଜା।

 

୧୮-ବିଶାଖାପାଟଣା:ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି।

 

୧୯-ଦିଲ୍ଲୀରୁ ଇଣ୍ଡିଗୋର ୨୩୫ ବିମାନ ବାତିଲ, ସାରା ଦେଶରେ ୪୦୦ରୁ ଅଧିକ ଉଡ଼ାଣ ପ୍ରଭାବିତ – ଯାତ୍ରୀ ହନ୍ତସନ୍ତ।

 

୨୦-ବିଦେଶ ଗଣମାଧ୍ୟମରେ ପୁଟିନଙ୍କ ଗସ୍ତ ଚର୍ଚ୍ଚା; ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସହ ସମ୍ପର୍କ ବଢ଼ାଉଛି ରୁଷିଆ।

 

🙏 *ସୁପ୍ରଭାତ* 🙏