ବିପିସିଏଲ ଗ୍ୟାସ ପାଇପ ଲାଇନ ସମ୍ପ ମରାମତି ବେଳେ ଚାଲିଗଲା ଜଣଙ୍କ ଜୀବନ..

(ବିପିସିଏଲ ଗ୍ୟାସ ପାଇପ ଲାଇନ ସମ୍ପ ମରାମତି ବେଳେ ଚାଲିଗଲା ଜଣଙ୍କ ଜୀବନ)। ତାଳଦଣ୍ଡା ପାଖରେ ଦୁର୍ଘଟଣା, ବିପିସିଏଲ ଗ୍ୟାସ ପାଇପ ଲାଇନ ସମ୍ପ ମରାମତି ବେଳେ ଗଳିପଡିଥିଲେ ।ଯୁବକ ଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି l ଯାହାକୁ ନେଇ କୁଜଙ୍ଗ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା l ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀ ଶ୍ରମିକ କହିବା ଅନୁଯାୟୀ କଟକ ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟରେ ବିପିସିଏଲ ର ପାଇପ ଲାଇନ ମରାମତି କାର୍ଯ୍ୟ ଚାଲିଥିବା ସମୟରେ ବିପିସିଏଲ ଅଧିକାରୀ ଦୁଇଜଣ ଶ୍ରମିକଙ୍କୁ ଭଲଭ ଭିତରେ କାର୍ଯ୍ୟ କରିବାକୁ କହିଥିଲେ l ତେବେ ଜଣେ ଶ୍ରମିକ ଉପରେ ରହିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଭଲଭ ଭିତରକୁ ପଶିଥିଲେ l ହଠାତ ଭିତରକୁ ପଶିବା ପରେ ଶ୍ରମିକ ଜଣକ ଭିତରେ ଫସି ଯାଇଥିଲେ l ଉପରେ ରହିଥିବା ଶ୍ରମିକ ଜଣକ ସାଥି ଶ୍ରମିକ ଙ୍କୁ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ, ଯାହା ଫଳରେ ସ୍ଥାନୀୟ ଲୋକ ପହଞ୍ଚି ହୋହାଲ୍ଲା କରିଥିଲେ ମଧ୍ୟ ଗ୍ୟାସ ଲିକ କାରଣରୁ ଭୟଭୀତ ହୋଇପଡ଼ିଲଥିଲେ l ଖବର ପାଇବା ପରେ ବିପିସିଏଲ ର ଟେକନିସିଆନ ଟିମ ଓ କୁଜଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକକୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ କୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ l ତେବେ ସାଥି ଶ୍ରମିକଙ୍କ କହିବା ଅନୁଯାଇ ଏମାନଙ୍କୁ ବିନା ସେଫଟି ସରଞ୍ଜାମ ରେ କାର୍ଯ୍ୟ କରିବାକୁ ପଠାଯାଇଥିବା ରୁ ଏହିଭଳି ଦୁର୍ଘଟଣା ଘଟିଥିଵା ନେଇ ପ୍ରକାଶ କରିଛନ୍ତି l ଯାହାକୁ ନେଇ କୁଜଙ୍ଗ ଥାନା ଅଧିକାରୀ ଙ୍କ କହିବା ଅନୁଯାଇ ଘଟଣା କୁ ଗୁରୁତର ସହିତ ଗ୍ରହଣ କରାଯାଇଛି, ଏ ନେଇ ତଦନ୍ତ ଚାଲିଛି, ତଦନ୍ତ ପରେ ଘଟଣା ର ସ୍ପଷ୍ଟ ଚିତ୍ର ଆସିବ ବୋଲି ପ୍ରକାଶ କରିଛନ୍ତି l ଏଠି ପ୍ରଶ୍ନ ଉଠେ ବିନା ସେପଟି ସରଞ୍ଜାମ ରେ ଶ୍ରମିକଙ୍କୁ ନେଇ କାର୍ଯ୍ୟରେ ନିୟୋଜିତ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଙ୍କ ବିରୁଦ୍ଧରେ ଜିଲ୍ଲା ଶ୍ରମ ଅଧିକାରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆ ଯାଉ ବୋଲି ଜନ ସଧାରଣ ଦାବୀ କରିଛନ୍ତି।
(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )