ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ୬୨ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି

ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ୬୨ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଜିଲା ପୁଲିସ ମୁଖ୍ୟାଳୟ ସ୍ଥିତ ରିଜର୍ଭ ପଡିଆ ଠାରେ ଆୟୋଜିତ ପରେଡ଼ରେ ଆରୀକ୍ଷ ଅଧ୍ୟକ୍ଷକ ଭିନିତ୍ ଅଗ୍ରୱାଲ ଅଭିବାଦାନ ପ୍ରଦାନ କରିଥିଲେ। ନିଜ ଅଭିବାଦନରେ ଶ୍ରୀ ଅଗ୍ରୱାଲ ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛାବାର୍ତା ପାଠ କରିଥିଲେ। ୧୯୭୨ ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଦେଶ ଭିତରେ ସୁରକ୍ଷା ପାଇଁ ଡିସେମ୍ବର ୬ ତାରିଖରେ ଏହି ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ବାହିନୀ ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଛି। ବିଶେଷ କରି କରୋନା ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ଭାବେ ଲୋକଙ୍କୁ ସେମାନେ ସେବା ଯୋଗାଇଥିଲେ ବୋଲି ବକ୍ତାମାନେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି,ସିଟି ଡିଏସପି ପ୍ରଶାନ୍ତ ସାହୁ ଏବଂ ସମସ୍ତ ଥାନା ଅଧିକାରି ମାନେ ଉପସ୍ଥିତ ଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ