April 20, 2025

କାଶୀନଗର ବସ ଷ୍ଟାଣ୍ଡ ରାମ ମନ୍ଦିର ଠାରେ ସୀତାରାମ ବିବାହ ଅନୁଷ୍ଠିତ.

Share

 

କାଶୀନଗର

ତା 6/12/24

 

କାଶୀନଗର ସହର ମଧ୍ୟରେ ଥିବା ବସ ଷ୍ଟାଣ୍ଡ ନିକଟରେ ଥିବା ଶ୍ରୀରାମ ମନ୍ଦିର ଠାରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ସୀତାରାମ ବିବାହ ଅନୁଷ୍ଠିତ ହୋଇଛି. ଏହି ବିବାହ ଉତ୍ସବ ରେ ମନ୍ଦିର ପରିଚାଳକ ଭାସ୍କର ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ହୋଇଥିବା ବେଳେ ଗଗନ ନାୟକ ଓ ସଂଯୁକ୍ତା କୁମାରୀ ପାତ୍ର ସମ୍ପୂର୍ଣ୍ଣ ରାମାୟଣ ପାଠ କରି ବିବାହ ଉତ୍ସବକୁ ଆହୁରି ଉତ୍ସବ ମୁଖର କରିଥିଲେ. ସନାତନ ମହାପାତ୍ର ଯଂଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦେବକାନ୍ତ ମିଶ୍ର, ଦେବାଶିଷ ପାତ୍ର, ଓ ଭେଙ୍କେଟ ରାଓ ବିବାହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ବିବାହ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରି ସୀତାରାମଙ୍କ ଆଶୀର୍ବାଦ କାମନା କରିଥିଲେ.