ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ…………

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଉପଖଣ୍ଡ ହସ୍ପିଟାଲ ନିକଟ ରେ ଥିବା ଶିବ ମନ୍ଦିର ପରିସରରୁ ଜଣେ ଅଚିହ୍ନା ବ୍ୟକ୍ତିର ମୃତ ଦେହକୁ ଆଜି ଠାବ କରିଛି ହସ୍ପିଟାଲ ପ୍ରଶାସନ। କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା କଥା ହେଲା ଗତ କାଲି ସନ୍ଧ୍ୟାରେ ଏହି ଅଚିହ୍ନା ବ୍ୟକ୍ତିଟି ହସ୍ପିଟାଲ ପରିସରରେ ଥିବା ଅ।ହ।ର ଐକେନ୍ଦ୍ରରେ ଖାଇବା ପରେ ମନ୍ଦିର ପରିସରରେ ବିଶ୍ରାମ ନେବା ପାଇଁ ଯାଇ ଥିଲେ। ରାତି ସୋଇଥିବା ଅବସ୍ଥା ରେ ପ୍ରାଣ ବାୟୁ ଉଡ଼ି ଯାଇଥିବା ଅନୁମାନ କରା ଯାଉଛି। ତେବେ ଆଜି ମେଡିକାଲ ଅଫିସର ଡକ୍ଟର ସବ୍ୟସାଚୀ ଦାସ ପ୍ରଥମେ ଘଟଣା ଦେଖିବା ପରେ ମେଡିକାଲ ଅଧିକ୍ଷକ ଡକ୍ଟର ଶରତ ଚନ୍ଦ୍ର ସେଠୀଙ୍କୁ ଅବଗତ କରାଇ ଥିଲେ। ଡକ୍ଟର ସେଠୀ ଘଟଣା ସଂପର୍କରେ ଉମରକୋଟ ଥାନାକୁ ଲିଖିତ ଭାବେ ସୂଚନା ଦେଇ ଥିଲେ। ଉମରକୋଟ ଥାନା ଏ ଏସ ଆଈ ରାମାନନ୍ଦ ପ୍ରଧାନ ଘଟଣାର ତଦନ୍ତ ଅଧିକାରୀ ଭାବେ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଖବର ଲେଖା ହେବା ବେଳକୁ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳି ପାରିନାହିଁ। ବର୍ତ୍ତମାନ ମୃତ ଶରୀରକୁ ଉମରକୋଟ ହସ୍ପିଟାଲ ର ବରଫ ଚାମ୍ବର ରେ ରଖାଯାଇଛି। ୭୨ ଘଣ୍ଟା ମଧ୍ୟରେ ପରିଚୟ ନ ମିଳିଲେ ସରକାରୀ ନିୟମ ଅନୁସାରେ ମୃତ ବ୍ୟକ୍ତିର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରି ଦିଆଯିବ ବୋଲି ଉମରକୋଟ ଥାନା ଆଇଆଇସି ତପନ କୁମାର ପତି ସୁଚନା ପ୍ରଦାନ କରିଛନ୍ତି।