November 24, 2024

ବେଦାନ୍ତ,ଆଦିତ୍ୟ ବିର୍ଲା ଟାଉନସିପ, ସହ ଜେଏସଡବ୍ଲୁ ର ବିଶାଳ ନିର୍ମାଣକୁ ନେଇ ଝଡ଼:ଅବୈଧ ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର 

Share

 

 

ସମ୍ବଲପୁର:ଶହ ଶହ କୋଟି ରାଜସ୍ବ କ୍ଷତି କରିଥିବା ପ୍ଲାନିଂ ମେମ୍ବର ଏମଡି.କଇସାର ଇକଲ ଅଳି,ତତ୍କାଳିନ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ଓ ତତ୍କାଳୀନ ନଗର ଉନ୍ନୟନ ସଚିବ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଇଡି ତଦନ୍ତ ଦାଵି କରବା ସହ ରାଜସ୍ବ କ୍ଷତି ର ଭରଣା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବି ପତ୍ର ଦିଆଯାଇଛି।

 

 

ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ,ବିଭିନ୍ନ ଶିଳ୍ପ କାରଖାନା କୁ ଆବଶ୍ୟକତା ଠାରୁ ଅଧିକ ଜମି ଦେଇ,ପ୍ରଦୂଷଣ ଓ ଶ୍ରମିକ ସୁରକ୍ଷା କୁ ଅବହେଳା କରୁଥିବା ଶିଳ୍ପ ସଂସ୍ଥା, ହୀରାକୁଦ ଜଳ ଭଣ୍ଡାର ଭିତରେ,ମହାନଦୀର ତଳ ମୁଣ୍ଡରେ ପ୍ରଦୂଷିତ କରୁଥିବା ସଂସ୍ଥା କୁ ସୁରକ୍ଷା ଦେଇ ଶହ ଶହ କୋଟି ଚାନ୍ଦା ନେଉଥିଲା ବିଜେଡି।

ରାଜ୍ୟ ନଗର ଉନ୍ନୟନ ବିଭାଗର ବିନା ଅନୁମତିରେ ସମ୍ବଲପୁର ରେ ଆଦିତ୍ୟ ବିର୍ଲା ଟାଉନସିପ ଓ ଝାରସୁଗୁଡ଼ା ରେ ବେଦାନ୍ତ ଟାଉନସିପ ଗଢି ଉଠିଛି।ଏପଟେ ଯେଏସଡବ୍ଲୁ ମଧ୍ୟ ଦଶ ମହଲା ବିଶିଷ୍ଟ ଅଟ୍ଟାଳିକା ବିନା ଅନୁମତିରେ ନିର୍ମାଣ କରିଛନ୍ତି।ଆଇନ ଅନୁସାରେ ଏମାନଙ୍କୁ ଜରିମାନା କରାଯିବା ଉଚିତ । ତତ୍କାଳିନ ନଗର ଉନ୍ନୟନ ସଚିବ ଜି .ମାଥିଭା୍ଥାନାନ ଏସବୁ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ଦାବି ପତ୍ରରେ ଅଭିଯୋଗ କରାଯାଇଛି।

 

ଦୃତ ଶିଳ୍ପାୟନ କାରଣରୁ ସମ୍ବଲପୁର – ଝାରସୁଗୁଡ଼ା ଦ୍ବୈତ ସହରରେ ପରିଣତ ହେଉଥିବା ଦେଖି ସମ୍ବଲପୁର ରେ ଏସଡିଏ ର ସୀମା ଅଢେଇ ଗୁଣ ବଢ଼ାଇ ଝାରସୁଗୁଡ଼ା ସୀମା ର ଠେଲକୁଲି ପର୍ଯ୍ୟନ୍ତ ନିଆଯାଇ ଓ ପରେ ଏହାର ସିଡିପି ତିଆରି କରିବା ପାଇଁ ଜୟବ୍ରତ ଦେ ଏସଡିଏ ର ଅଧ୍ୟକ୍ଷ ଥିବା ବେଳେ ସରକାରକୁ ଦେଇଥିଲେ । ଯାହାକି ଗିଟକୋ ସହ ଏମଓୟୁ ଦସ୍ତଖତ ହୋଇଥିଲା ଓ ଏହାର ଉଦ୍ଦେଶ୍ୟ ଥିଲା ୨୦୧୦ରେ ଭିଜନ ୨୦୩୦ ତିଆରି କରିବ । କିନ୍ତୁ ମେଣ୍ଟ ସରକାର ଭାଙ୍ଗିଯିବା କାରଣରୁ ଜୟବ୍ରତଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।୨୦୧୦ରେ ଦେବାକୁ ଥିବା ସିଡିପି ୨୦୧୩ରେ ଉପସ୍ଥାପିତ କରିଲେ ଯାହା ବିକାଶର ବାର୍ତ୍ତାବହ ହେବା ବଦଳରେ ଏକ ଅପ୍ରାକୃତିକ ତଥା ବିନାଶ ର ବାର୍ତ୍ତାବହ ଥିଲା।ଫଳରେ ତାହାକୁ ବିରୋଧ କରାଗଲା ଓ ଶେଷରେ ୨୦୧୮ରେ ତତ୍କାଳିନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ଓ ପ୍ଲାନିଂ ମେମ୍ବର ଏମଡି କଇସାର ଇକଲ ଅଳି କେତେକ ନିର୍ଦ୍ଦିଷ୍ଟ ବିଲ୍ଡର୍ସ ଓ ଶିଳ୍ପ ସଂସ୍ଥା ର ସ୍ବାର୍ଥ ପାଇଁ ପ୍ରାୟ ଶହେ କୋଟି ଟଙ୍କା ଲାଞ୍ଚ ନେଇ ସେହି ସିଡିପି କୁ ମଞ୍ଜୁର କରି ସରକାରଙ୍କ ବିଚାର ପାଇଁ ପଠାଇ ଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।ଏହା ଉପରେ ୧୬୦୦ ଅଭିଯୋଗ ଓ ସଂଶୋଧନ ପ୍ରସ୍ତାବ ଉପରେ ବିଚାର ନକରି ଗିଟକୋ କୁ ତାହାର ଅର୍ଥ ଦେଇ ଦେଲେ।ଏପଟେ ଭିଜନ ୨୦୩୦ରେ ଯାହା ବିକାଶ ପ୍ରସ୍ତାବ ଦିଆଯାଇଥିଲା ତାହା ସମ୍ମିଳିତ କରି ନଥିଲେ।ଭିଜନ ୨୦୩୦ ପାଇଁ ଆଉ ମାତ୍ର ପାଞ୍ଚ ବର୍ଷ ଥିବା ବେଳେ ସେ ସିଡିପି ର ବ୍ୟବହାରିକ ଦିଗ ଶୁନ ହୋଇଯାଇଛି।ବର୍ତ୍ତମାନ ର ବିକାଶ ଗୁଡ଼ିକ ମଧ୍ୟ ସେଥିରେ ନାହିଁ। ସରକାର ଆଜି ପର୍ଯ୍ୟନ୍ତ ତାହାକୁ ମଞ୍ଜୁର ମଧ୍ୟ କରିନାହାନ୍ତି ତଥା ସେହି ରୂପରେ କରି ପାରିବେ ନାହିଁ ବୋଲି କୁହାଯାଉଛି।ଏପଟେ ଭିଜନ ୨୦୩୦ ସରକାର ଦ୍ଵାରା ଅନୁମୋଦିତ ନ ହୋଇ ମଧ୍ୟ ସମ୍ବଲପୁର ରେ ତାହାର ଆଧାର ରେ ଗୃହ ନକ୍ସା ମଞ୍ଜୁର କରାଯାଉଛି ଅଳିଙ୍କ ସମୟରୁ। ସବୁଠାରୁ ବଡ କଥା ଯେ ଏମଡି ଅଳି ସେ ସମୟରେ ସମ୍ବଲପୁର ଓ ଝାରସୁଗୁଡ଼ା ସହରର ପ୍ଲାନିଂ ମେମ୍ବର ଥିଲେ।ଏହି ସମୟରେ ବେଆଇନ ଭାବରେ ସମ୍ବଲପୁର ରେ ଆଦିତ୍ୟ ବିର୍ଲା ଟାଉନ ସିପ ଓ ଝାରସୁଗୁଡ଼ା ରେ ବେଦାନ୍ତ ଟାଉନ ସିପ ନଗର ଉନ୍ନୟନ ବିଭାଗର ଅନୁମତି ବିନା ହୋଇଛି।

ଆଦିତ୍ୟ ବିର୍ଲା , ଜେ.ଏସ.ଡବ୍ଲୁ ସମେତ ସମ୍ବଲପୁର ଜିଲ୍ଲାର ଯେତେ ଶିଳ୍ପ ସଂସ୍ଥା ଦଶ ମହଲା ଅଟ୍ଟାଳିକା ଓ କଲୋନୀ, ଟାଉନସିପ ତିଆରି କରିଛନ୍ତି ପ୍ରଥମେ ସେ ଜମି କେଉଁ ଉଦ୍ଦେଶ୍ୟରେ ଦିଆଯାଇଥିଲା ଓ କଣ ବ୍ୟବହାର କରିଛନ୍ତି ତାହାର ତଦନ୍ତ ହେବା କଥା।ଦ୍ଵିତୀୟ ରେ ଏହାର କିସମ ପରିବର୍ତ୍ତନ ହୋଇଛି କି ନାହିଁ ଓ ଯଦି ହୋଇଛି କେଉଁ ଆଧାରରେ ତାହାର କିସମ ବଦଳ ହୋଇଛି ଓ କେଉଁ ଦରରେ ହୋଇଛି ତାହା ତଦନ୍ତ ଜରୁରୀ।ଏତେବଡ ଅଟ୍ଟାଳିକା ସବୁ ହୋଇଛି ସେଥିପାଇଁ ନଗର ଉନ୍ନୟନ ବିଭାଗର ଅନୁମତି,ଅଗ୍ନି ବିଭାଗ,ପ୍ରଦୂଷଣ ବିଭାଗ,ପରିବେଶ ବିଭାଗ ଠାରୁ ଅନୁମତି ଓ ଭୂକମ୍ପ ରହିତ ନିର୍ମାଣ ହୋଇଥିବା,ଅଚୁପାନସଯ ଅକୁପେନ୍ସି ସାର୍ଟିଫିକେଟ ଥିବା,ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା।କିନ୍ତୁ ଆଦିତ୍ୟ ବିର୍ଲା, ଜେ.ଏସ.ଡବ୍ଲୁ, ବିରାଜ ଷ୍ଟିଲ,ଶ୍ୟାମ ମେଟାଲିକ୍ସ, ହୀରାକୁଦ ହିଣ୍ଡାଲକୋ, ବ୍ଲୁଫକ୍ସ କମ୍ପାନୀ ପାଖରେ ଏହା ନଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି।ସଂପୂର୍ଣ୍ଣ ବେଆଇନ ଭାବରେ ଏହି ଶିଳ୍ପ କାରଖାନା ଗୁଡ଼ିକୁ ଅନୁମତି ଦେଇ କୋଟି କୋଟି ଟଙ୍କା ଚାନ୍ଦା ନେଇଛନ୍ତି କିଛି ବିଜେଡି ନେତା, ଜିଲ୍ଲାପାଳ,ଏସଡିଏ ଓ ପ୍ଲାନିଂ ଅଧିକାରୀ ମାନେ ଏଥିରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହୋଇଛି ।ବେଦାନ୍ତ,ଆଦିତ୍ୟ ର ଟାଉନସିପ ପାଇଁ ଅତି କମ୍ ରେ ୫ଶହରୁ -ଏକ ହଜାର କୋଟି ରାଜସ୍ୱ ହରାଇଛି।ଜେଏସଡବ୍ଲୁ ସଂସ୍ଥା ଓ ଅନ୍ୟ ଶିଳ୍ପ ର ବେଆଇନ ନିର୍ମାଣ ଭାଙ୍ଗି ଦିଆଯାଉ।ଏହା ଉପରେ କଠୋର ପଦକ୍ଷେପ ନିଆଯାଉ।ରାଜ୍ୟରେ ଅନ୍ୟ କେଉଁ କେଉଁ ସ୍ଥାନରେ ଏପରି କଲୋନୀ,ଟାଉନସିପ ତିଆରି ହୋଇଛି ତାହା ଯାଞ୍ଚ ହେଉ। ଏକାଧିକ ସ୍ଥାନରେ ପ୍ଲାନିଂ ମେମ୍ବର ରହିଥିବା ଅଲ୍ଲୀ ଏକାଧିକ ସହରରେ ବିଲ୍ଡର୍ସ ମାନଙ୍କ ସହ ଅଦୃଶ୍ୟ ପାର୍ଟନର ରହି ବେଆଇନ ସମ୍ପତ୍ତିର ପରିମାଣ ପାଞ୍ଚଶହ କୋଟିରୁ କମ ନଥିବା ଏହି ପତ୍ରରେ ଦର୍ଶାଯାଇଛି।ତେଣୁ ବିଜେଡି ସମୟରେ ସମ୍ବଲପୁର ଏସଡିଏର କାର୍ଯ୍ୟକାଳ ମଧ୍ୟ୍ୟରେ ହୋଇଥିବା ଦୁର୍ନୀତି ସହ ଅଳିର ବେଆଇନ ସମ୍ପତ୍ତିର ଇଡି ଯାଞ୍ଚ ପାଇଁ ଏସଡିଏ ର ପୂର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଦାବି କରିଛନ୍ତି ।ତତ୍କାଳିନ ନଗର ଉନ୍ନୟନ ସଚିବ ଜି ମାଥିଲଭା୍ଥାନାନଙ୍କୁ ମଧ୍ୟ ବହିଷ୍କାର ଦାବି କରି ଇଡି ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।