April 20, 2025
Share

ନୂତନ ତହସିଲଦାରଙ୍କ ଯୋଗଦାନ

 

କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲଦାର ଭାବରେ ଶ୍ରୀ ତୁଳା ମୁଦୁଲି ଦାୟିତ୍ଵ ଗ୍ରହଣ କରିଛନ୍ତି। ମୁଦୁଲି ନବରଙ୍ଗପୁର ଜିଲ୍ଲା ଉମରକୋଟ ତହସିଲରେ ଦାୟିତ୍ୱ ତୁଲାଇଥିଲେ ଏବଂ ଅତରିକ୍ତ ତହସିଲଦାର ଭାବରେ ଶ୍ରୀ ନୀଳମ୍ବର ପୂଜାରୀ ଦାୟିତ୍ଵ ନେଇ ଥିବାର ଜଣାଯାଇଛି।ଆୟ,ସ୍ଥାୟୀ ବାସିନ୍ଦା ଜାତି ପ୍ରମାଣପତ୍ର ଇତ୍ୟାଦି ଲୋକେ କିଭଳି ଭାବରେ ସୁବିଧାରେ ପାଇ ପାରିବେ ଏବଂ କାର୍ଯାଳୟରେ କର୍ମ ଚାରି ମାନେ ନିୟମିତ ଭାବରେ ଠିକ ସମୟରେ ଆସିବେ ଓ ଦଲାଲ ମାନେ କିପରି କାର୍ଯ୍ୟାଳୟରେ ହସ୍ତ କ୍ଷେପ କରିବେ ନାହିଁ ଏହି ସମସ୍ତ କାମ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଉଭୟ ଅଧିକାରୀ ମାନେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି ।(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )