July 6, 2024

ଶ୍ରୀ ଶାଇହସ୍ପିଟାଲ ରେ ଜିଲ୍ଲା ନୋଡାଲ ବିଭାଗ ର ଯାଞ୍ଚ

Share

ଶ୍ରୀ ଶାଇହସ୍ପିଟାଲ ରେ ଜିଲ୍ଲା ନୋଡାଲ ବିଭାଗ ର ଯାଞ୍ଚ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନିୟମିତତା ଅଭିଯୋଗ
କାକଟପୁର,6/11- ଅନେକ ଅଂଚଳ ରେ ଅନେକ ଘରୋଇ ହସ୍ପିଟାଲ ବଢ଼ିବାରେ ଲାଗିଛି, କିନ୍ତୁ ସେହି ହସ୍ପିଟାଲ ଗୁଡିକ କେତେ ସୁରକ୍ଷିତ, ଆଉ ସରକାର ଙ୍କ ଯୋଜନା ସେହି ହସ୍ପିଟାଲ ଗୁଡିକ ରେ କେତେ ପରିମାଣ ରେ କାର୍ଯ୍ୟକାରୀ ହେଉଛି ତା ବର୍ତମାନ ସନ୍ଦେହ ଘେର ରେ, ଠିକ ସେହିଭଳି କାକଟପୁର ମୁଖ୍ୟ ବଜାର କେନାଲ ରୋଡ଼ ନିକଟରେ ଶ୍ରୀ ଶାଇ ନାମକ ଏକ ଘରୋଇ ହସ୍ପିଟାଲ କିଛି ବର୍ଷ ହେବ ଆରମ୍ଭ ହୋଇଛି, କିନ୍ତୁ ବିଜୁସ୍ୱାସ୍ଥ୍ୟ କାର୍ଡ ପାଇଁ ମେଡିକାଲ ଫାଟକ ଆଗରେ ଏକ ବୋର୍ଡ ଲଗାଯାଇଛି, କିଛି ରୋଗୀ କୁହନ୍ତି ଏହି ବୋର୍ଡ ଦେଖିଲେ ରୋଗୀ ମାନେ ମେଡିକାଲ କୁ ଆସିବେ ଆଉ ଅନେକ ଠକାମୀ ର ଶିକାର ହେବେ, ଏହି ଭଳି ବିଗତ ଦିନ ରେ ଅନେକ ରୋଗୀ ଏହି ହସ୍ପିଟାଲ ରେ ଆସି ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା ବଦଳ ରେ ଆସି ଶୋଷଣ ର ଶିକାର ହୋଇଛନ୍ତି, ଖାଲି ସେତିକି ନୁହେଁ ଯେଉଁ ଲୋକ ପ୍ରତିବାଦ କରେ ମେଡିକାଲ କର୍ମୀ ଥାନା ରେ ତାଙ୍କ ନାମ ରେ ଅଭିଯୋଗ କରି ପଇସା ଅସୁଲ କରିଛନ୍ତି, ଏହିଭଳି ଏକ ଘଟଣା କାକଟପୁର ଅଂଚଳ ରେ ଏକ ମହାରଣା ଙ୍କ ପରିବାର ସହିତ ଘଟିଛି, ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଚିକିତ୍ସା କରେଇବା ପାଇଁ ବିଭିନ୍ନ ବିଭାଗ ରେ ଅନୁମତି ନିତ୍ୟାନ୍ତ ଆବଶ୍ୟକ, କିନ୍ତୁ ଏହି ହସ୍ପିଟାଲ ରେ ରୋଗୀ ଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କାର୍ଡ ରେ ବିଭିନ୍ନ ବିଭାଗ ର ଷ୍ଟାମ୍ପ କିପରି ବ୍ୟବହାର ହେଉଛି ତାହା ସନ୍ଦେହ ଘେର ରେ, ଏହି ଭଳି ଅଭିଯୋଗ ବାରମ୍ବାର ଆସିବା ପରେ ଆଜି ଜିଲ୍ଲା ନୋଡାଲ ଅଧିକାରୀ ମନୋରଞ୍ଜନ ହାତୀ ଙ୍କ ନେତୃତ୍ୱ ରେ ଦୁଇ ଜଣିଆ ଟିମ୍ ହସ୍ପିଟାଲ ଗସ୍ତ କରି ଆଜି କାଗଜପତ୍ର ଯାଞ୍ଚ କରିଛି ଆଉ ଏହା ଉପରେ ତଦନ୍ତ କରି ଆଗକୁ ରିପୋର୍ଟ ଦେବାକୁ ପ୍ରତିକ୍ରିୟା ରଖିଛନ୍ତି, କେବଳ ସେତିକି ନୁହେଁ ହସ୍ପିଟାଲ ରେ କର୍ମଚାରୀ ଅନେକ ସାଧାରଣ ଲୋକ ଙ୍କୁ ଦୁଃବ୍ୟବହାର କରିବା, ଅନାବଶ୍ୟକ ଔଷଧ ଲେଖିବା, ଆବଶ୍ୟକ ଠାରୁ ଅଧିକ ଲ୍ୟାବ ରେ ପରୀକ୍ଷା ନିରୀକ୍ଷା କରାଇ ଅର୍ଥ ରୋଜଗାର କରିବା ଏହି ସଂସ୍ଥା ରେ ବଢ଼ିବାରେ ଲାଗିଛି,ହସ୍ପିଟାଲ ରେ କୌଣସି ବିଭାଗ ର ଡାକ୍ତର ନିୟମିତ ରହୁନାହାନ୍ତି, ଯଦି କୌଣସି ରୋଗୀ ଆସୁଛନ୍ତି ତାହେଲେ ବାହାରୁ ଡାକ୍ତର ଡାକି ତାଙ୍କୁ ଚିକିତ୍ସା କରେଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ କରାଯାଉଛି, କୌଣସି ଜରୁରୀକାଳୀନ ବ୍ୟବସ୍ଥା ପାଇଁ ସୁବିଧା ନଥାଇ କି ବିଭିନ୍ନ ଅସ୍ତ୍ରୋପଚାର କରାଯାଉଛି, ଗ୍ରାମାଞ୍ଚଳ ରେ ଲୋକ ମାନଙ୍କୁ ଅନେକ ଶୋଷଣ କରିବା ସହିତ ଏହି ଢାଞ୍ଚା ରେ ହସ୍ପିଟାଲ ଚାଲିଛି, ଗଣମାଧ୍ୟମ ପ୍ରତିନିଧି ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଫର୍ମ ମାଗିଥିଲେ ଦେଖିବାକୁ କିନ୍ତୁ କର୍ମଚାରୀ ଲୁଚିଥିଲେ ଆଉ ଗଣମାଧ୍ୟମ କୁ ଫର୍ମ ଯୋଗାଇ ନଥିଲେ, ଏହି ବାବଦରେ ହସ୍ପିଟାଲ ମାଲିକ କହୁଛନ୍ତି ଆମେ ସଂସ୍ଥା କରିଛୁ କିନ୍ତୁ ଠିକ ରେ ଲୋନ ସୁଝିପାରୁନୁ, ଏଠୁ ସ୍ପଷ୍ଟ ପ୍ରମାଣ ମିଳୁଛି ହସ୍ପିଟାଲ କଣ କରଜ ସୁଝିବାକୁ ଏହି ଢାଞ୍ଚା ଆପଣାଇଛି କି? ଏହି ହସ୍ପିଟାଲ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଛି l।                                                                                  ଦୁଃଶାସନ ନାୟକ,କାକଟପୁର

You may have missed