July 6, 2024

ଗଜପତି ଜିଲ୍ଲାର ୧୬୬୨ ପ୍ରକଳ୍ପ ପାଇଁ ୭୪.୫୦କୋଟି ଟଙ୍କା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ——

Share

ଗଜପତି ଜିଲ୍ଲାର ୧୬୬୨ ପ୍ରକଳ୍ପ ପାଇଁ ୭୪.୫୦କୋଟି ଟଙ୍କା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ——
ଗଜପତି ଜିଲ୍ଲା ଅନ୍ତର୍ଗତ ସାତଟି ବ୍ଲକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାଳୀନ ଆଭାସି ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାକୁ ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁମୋଦନ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଘୋଷଣା କରିଥିଲେ। ଏହା ସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପକୁ ଦିଆଯାଇଥିବା ଅନୁଦାନ ରାଶି ଘୋଷଣା କରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଏହି କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତଟି ବ୍ଲକରେ ବ୍ଲକ ସ୍ତରୀୟ ଅଧିକାରୀ ମାନେ ପରିଚାଳନା କରିଥିଲେ। ମୋହନା ଠାରେ ସାଂସଦ ଚନ୍ଦ୍ରଶେଖର ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପୃଥିବୀରାଜ ସାହୁ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଫାଲଗୁନୀ ମାଝୀ, ଜିଲ୍ଲା ପରିଷଦ ଉପାଧକ୍ଷ କୁନ୍ତଳା ମଲ୍ଲିକ, ସୁନିଲ ବିଷୋୟୀ, ଚନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୁମ୍ମା ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଆର. ଉଦୟଗିରି ଠାରେ ବ୍ଲକ ଅଧକ୍ଷ ଲକ୍ଷ୍ମୀ ନାରାୟଣ ଶବର ଏବଂ ବିଡିଓ ଲରିମନ୍ ଖର୍ସେଲ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ। କାଶୀନଗର ଠାରେ ବ୍ଲକ ଅଧ୍ୟକ୍ଷା ଙ୍କ ସମେତ ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଜନାର ସଫଳ ରୂପାୟନ କରିଥିଲେ। ଗଜପତି ଜିଲ୍ଲାର ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, କାଶୀନଗର, ଗୋଷାଣୀ, ଗୁମ୍ମା ବ୍ଲକ ଗୁଡ଼ିକରେ ହଜାର ହଜାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ପୁରୁଷଙ୍କ ସମେତ ଦଳୀୟ ନେତା ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ଯୋଜନା ସହାୟତାରେ ଆର୍ଥିକ ସ୍ବାକ୍ଷରିତ ମେଳା ଯୋଜନାରେ ମହିଳା ଗୋଷ୍ଟିଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗଜପତି ଜିଲ୍ଲାର ୧୬୬୨ଟି ପ୍ରକଳ୍ପ କୁ ୭୪.୫୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଘୋଷଣା କରିବା ସହ ୫- ଟି ରୂପାନ୍ତରିତ ଯୋଜନାରେ ସ୍କୁଲ, କଲେଜ, ପୋଖରୀ ପୁନରୁଦ୍ଧାର, ପର୍ଯ୍ୟଟନ ସ୍ଥଳୀକୁ ଗୁଡ଼ିକ ପ୍ରଦାନ କରିଥିବା ଅଟକଳ ପରିମାଣ ରାଶି ଘୋଷଣା କରିଥିଲେ।

You may have missed