June 29, 2024

ଝଙ୍କଡ଼ ଶାରଳା ଙ୍କ ଶାରଦୀୟ ପାର୍ବଣ ପୂଜା ର ଶୁଭାରମ୍ଭ

Share

ଝଙ୍କଡ଼ ଶାରଳା ଙ୍କ ଶାରଦୀୟ ପାର୍ବଣ ପୂଜା ର ଶୁଭାରମ୍ଭ
==================== ତିର୍ତ୍ତୋଲ :- ଓଡ଼ିଶାର ପ୍ରସିଦ୍ଧ ବାଣୀ କ୍ଷେତ୍ର ତଥା ପ୍ରାଚୀନ ଶକ୍ତିପୀଠର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କର ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଗତ ଅକ୍ଟୋବର ୬ ତାରିଖ ଶୁକ୍ରବାର ମୂଳାଷ୍ଟମୀ ଠାରୁ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ପ୍ରାତଃ ୪ ଟା ସମୟରେ ମାଆଙ୍କ ପହୁଡ଼ ଫିଟା ନୀତି ପରେ , ମଙ୍ଗଳ ଆଳତି ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗ୍ରହଣରେ ଝଙ୍କଡ଼ପୀଠ ଚଳଚଞ୍ଚଳ ହୋଇଉଠିଥିଲା । ପରେ ପରେ ମଧୁସ୍ନାନ, ଦଶଦିଗପାଳପୂଜା , ପାର୍ଶ୍ଵ ଦେବଦେବୀଙ୍କରପୂଜା ପରେ ଚୁଆ ଚନ୍ଦନ ହଳଦୀର ମହମହ ବାସରେ, ପଞ୍ଚାମୃତମାର୍ଜନା କରାଯାଇ ମାଆଙ୍କୁ ଅଭିନବବେଶ ରେ ସଜ୍ଜିତକରାଯାଇ, ନାନା ପ୍ରକାରର ସ୍ୱର୍ଣ୍ଣ ଅଳଙ୍କରରେ ମଣ୍ଡିତ କରାଯିବା ପରେ, ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଇଥିଲା । ଦୈନିକ ପାଞ୍ଜିପାଠ , ବାଳଭୋଗ ପୂଜାପରେ , ବଡ଼ପଣ୍ଡାଙ୍କ ଦ୍ବାରା ସୂର୍ଯ୍ୟପୂଜା ପରେ, ମନ୍ଦିରର ଦ୍ବାରଦେଶରେ ଓ ଯଜ୍ଞଶାଳା ରେ ଘଟସ୍ଥାପନ ହୋଇଥିଲା , ସମୂହ ଚଣ୍ଡୀପାଠ ସମୟରେ ସପ୍ତଶତୀଚଣ୍ଡୀ ର ମନ୍ତ୍ରଧ୍ଵନୀ ରେ ମାଆଙ୍କ ପୀଠସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା , ପ୍ରଥମପ୍ରହରଧୂପ , ବଡ଼ସିଂହାର, ଷୋଡଶଉପଚାର ପୂଜା ଓ ଦ୍ୱିତୀୟପ୍ରହରଧୂପ ସହିତ ଯାଜ୍ଞିକ ବ୍ରାହ୍ମଣ ମାନଙ୍କଦ୍ବାରା ବିଶ୍ଵଶାନ୍ତି ଯଜ୍ଞ ରେ ଆହୁତି ପ୍ରଦାନ ପରେ ପହୁଡ଼ ପଡିଥିଲା । ଅପରାହ୍ନ ରେ ପହୁଡ଼ ଖୋଲାଯାଇ, ମାର୍ଜ୍ଜନା ପରେ, ଅପୂର୍ବ ମନୋରମବେଶ ରେ ସଜ୍ଜିତ କରାଇବା ପରେ ସଂଧ୍ୟା ଆରତୀ ଦର୍ଶନ ଦର୍ଶନ ନିମନ୍ତେ, ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଆରତୀପରେ ନାଟ୍ୟମଣ୍ଡପ ରେ ପୁରାଣପଣ୍ଡା ଶୂଦ୍ରମୁନି ସାରଳା ଦାସ ଙ୍କ କୃତ ଚଣ୍ଡୀପୁରାଣ ପାଠ କରିବା ପରେ , ଜପଯଜ୍ଞ , ବଡ଼ସିଂହାର, ଷୋଡଶ ଉପଚାରପୁଜା ପରେ ସମ୍ପୂର୍ଣ ସୁନାବେଶ ରେ ମାଆ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ତେବେ ଏହି ପୂଜାରେ କାକରା , ପୁରି, ମରିଚ ଲଡ଼ୁ , ବରା, ପାରିଜାତ , ମୁଆଁ ସହିତ ବଡବଡ ମଣ୍ଡା ଭୋଗ ମାଆଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରାଯାଇଥାଇ ଥିଲା !ପ୍ରଥମପ୍ରହର ଓ ଦ୍ୱିତୀୟପ୍ରହର ଧୂପ ପରେ ମାଆଙ୍କ ପହୁଡ଼ ପଡ଼ିଥିଲା। ତେବେ ଏହି ଶାରଦୀୟ ପାର୍ବଣ ପୂଜା ଆସନ୍ତା ଅକ୍ଟୋବର ୨୧ ତାରିଖ ଶନିବାର ମହାଷ୍ଟମୀ ଦିନ ପର୍ଯ୍ୟନ୍ତ ବୈଦିକ ବିଧିବିଧାନରେ ପାଳିତ ହେବବୋଲି ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ସୂଚନା ପ୍ରଦାନ କରିଅଛନ୍ତି । ଏଥିନିମନ୍ତେ ମାଆଙ୍କ ବଡ଼ପଣ୍ଡା , ପରିଚ୍ଛା , ପୁରୋହିତ , ପୁସ୍ତକାଚାର୍ଯ୍ୟ , ବରଣହୋଇଥିବା ବ୍ରାହ୍ମଣ ଙ୍କ ସମେତ ମନ୍ଦିରର ସମସ୍ତ ପଣ୍ଡା ସେବକ ଓ ସେବା ନିଯୋଗି ମାନେ ସକ୍ରିୟ ସହଯୋଗ କରି ଥିବାର ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଜିଲ୍ଲା ପୋଲିସପ୍ରଶାସନ ତରଫରୁ ମଧ୍ଯ ବ୍ୟାପକ ବ୍ୟବସ୍ଥା କରାଯାଇଛି
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !