June 29, 2024

ଗଜପତି:- ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର’ରେ ଥିବା ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷ’ରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିର୍ କାର୍ଯ୍ୟକ୍ରମ’ର ଉଦଘାଟନ କରିଥିଲେ ।
ଏହି ଅବସର’ରେ ଉତ୍ସାହିତ ହୋଇ ସ୍ଵେଚ୍ଛାକୃତ ରକ୍ତଦାନ କରିବାକୁ ଆସିଥିବା ସମସ୍ତ’ଙ୍କୁ ସିଡିଏମଓ: ତଥା ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପାତ୍ର , ରକ୍ତଦାନ ଏକ ମହତ୍ ଓ ପୁଣ୍ୟ କାମ , ରକ୍ତଦାନ’ର କୌଣସି ବିକଳ୍ପ ନାହିଁ। ରକ୍ତଦାନ କରିବା ଦ୍ଵାରା ଆମେ ରୋଗୀ ମାନଙ୍କୁ ଶେଷ ମୁହୂର୍ତ୍ତରେ ବଞ୍ଚାଇବା ଦିଗରେ ବିଶେଷ ସହାୟକ ହୋଇପାରିବl।
ଗଜପତି ଜିଲ୍ଲାରେ ଅନେକ ରୋଗୀ ରହିଛନ୍ତି , ଯେଉଁମାନେ କି ରକ୍ତହୀନତା ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରି ମୃତ୍ୟୁବରଣ କରିଥାନ୍ତି ।
ମାଆ ଓ ଶିଶୁ ମାନଙ୍କ ସମେତ ଥାଲାସେମିଆ ଓ ସିକିଲ ସେଲିମିନିଆ ଆକ୍ରାନ୍ତ ରୋଗୀ ମାନେ ଯେଉଁ ଆସୁଛନ୍ତି ଉପାନ୍ତ ଓ ଚତୁଃପାର୍ଶ୍ଵ ଅଞ୍ଚଳ’ରୁ , ଆମେ ସେମାନଙ୍କୁ ମଧ୍ୟ ରକ୍ତଦାନ କରି ସେମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ଦିଗରେ ବିଶେଷ ସହାୟକ ହୋଇପାରିବ ।
ପାରଳାଖେମୁଣ୍ଡି ଠାରେ ଏହି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ’ରେ ରକ୍ତ’ର ଚାହିଦା ଦିନକୁ ଦିନ ବେଶ୍ ବୃଦ୍ଧି ପାଇବାରେ ଲାଗିଛି ଯେ , ଆମ’ର ସେହି ତୁଳନାରେ ରକ୍ତ ସଂଗ୍ରହ କମ ଥିବା ଯୋଗୁଁ ଆମେ ସେହି ଚାହିଦା’କୁ ପୂରଣ କରିବା’ରେ ସମ୍ଭବ ତଥା ସଫଳ ହୋଇ ପାରୁନୁ ।
ତେଣୁ ସମସ୍ତେ ଏ ସବୁ ପ୍ରତି ଅବଗତ ଓ ସଚେତନ ହୋଇ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା କ୍ଷେତ୍ରରେ ସହାୟକ ହେବା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ’ର ଡ଼ାଃ ରମେଶ ଚନ୍ଦ୍ର ମିଶ୍ର’ଙ୍କ ସମେତ ଗୁରାଣ୍ଡିି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ , ପିଏଚଇଓ: ମମତା ପାଢ଼ୀ , ମହିଳା ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ଏନ: ଲକ୍ଷ୍ମୀଆମ୍ମା , ଜିଲ୍ଲା ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି’ର ଜିଲ୍ଲା ଷ୍ଟାଟାଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସର’ରେ ୧୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ’କୁ ପିଏଚଇଓ: ମମତା ପାଢ଼ୀ ପରିଚାଳନା ଓ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–