କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ

ବୋଲଗଡ,୦୬/୦୯(ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବୋଲଗଡ ବ୍ଲକ ନନ୍ଦିଘୋଷ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଳଭ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ଏଆଇସିସିର ପର୍ଯ୍ୟବେକ୍ଷକ ଗୁଜୁରାଟର ପୂର୍ବତନ ମନ୍ତ୍ରୀ ବିମଳ ଶାହା ଯୋଗ ଦେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖାଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନ କ୍ରମେ କଂଗ୍ରେସର ସଂଗଠନ ସୃଜନ କାର୍ଯ୍ୟକ୍ରମ ପ୍ରଥମେ ଗୁଜୁରାଟ ଠାରୁ ଆରମ୍ଭ ହୋଇ ଝାଡ଼ଖଣ୍ଡ ,ହରିୟାଣା, ମଧ୍ୟପ୍ରଦେଶ ପରେ ଏବେ ଓଡ଼ିଶାରେ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହାର ଉଦେଶ୍ୟ ଗାଁ ଓ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କର୍ମୀଙ୍କ ମତାମତ ନେଇ ଜିଲ୍ଲା ସଭାପତି ଚୟନ କରାଯିବ ବକ୍ତବ୍ୟ ରଖିଥିଲେ। ଖୋର୍ଦ୍ଧା ଜିଲ୍ଲା ସଭାପତି ପାଇଁ ତିନିଜଣ ପାର୍ଥିଙ୍କ ମଧ୍ୟରୁ ଜାନକୀ ବଲ୍ଳଭ ପଟ୍ଟନାୟକ, ରାଜୀବ ପଟ୍ଟନାୟକ ଓ ମହିଳା ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ପାର୍ଥି ହୋଇଛନ୍ତି l ଗାଁ ଠାରୁ ଆରମ୍ଭ କରି ବ୍ଲକର ସମସ୍ତ ଛାମୁଆ କର୍ମୀ ଓ ସାଧାରଣ କର୍ମୀ ମାନଙ୍କ ମତାମତ ନେଇ ଏଆଇସିସିର ପର୍ଯ୍ୟବେକ୍ଷକ ପାର୍ଥି ମାନଙ୍କ ଭୋଟ କୁ ନେଇ ଦିଲ୍ଲୀ ରେ ଉପସ୍ଥାପନା କରି ଜିଲ୍ଲା ସଭାପତି ପାର୍ଥି ଚୟନ ହେବ ବୋଲି ବୋଲି କଂଗ୍ରେସ ନେତା ସଦାଶିବ ମହାପାତ୍ର ସୂଚନା ଦେଇଛନ୍ତି l କଂଗ୍ରସ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ରାଜୀବ ପଟ୍ଟନାୟକ ଏଭଳି କାର୍ଯ୍ୟକ୍ରମ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପିସିସି ପର୍ଯ୍ୟବେକ୍ଷକ ଦେବାଶିଷ ମହାପାତ୍ର,ବିଶ୍ୱରଞ୍ଜନ ପଣ୍ଡା, କଂଗ୍ରେସ ଯୁବନେତା ସଦାଶିବ ମହାପାତ୍ର ପ୍ରମୁଖ କଂଗ୍ରେସ ଛାମୁଆ କର୍ମୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।ପରେ ବୋଲଗଡ ବ୍ଲକର ୧୯ ଗୋଟି ପଞ୍ଚାୟତରୁ ଆସିଥିବା ମହିଳା ଓ ପୁରୁଷ ଛାମୁଆ କର୍ମୀଙ୍କ ଠାରୁ ଫର୍ମ ନେବା ସହ କଂଗ୍ରେସ ଜିଲ୍ଲା ସଭାପତି ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ମତାମତ ନେଇଥିଲେ। ବ୍ଲକ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି, ଉପସଭାପତି ଧୀରେଶ କୁମାର ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ପ୍ରକାଶ ରଥ ଏବଂ ସୁଶାନ୍ତ ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
