ମାଁ ରାମଚଣ୍ଡୀ ପୀଠରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଛତ୍ରପୁର.ତା୦୬/୦୯/୨୦୨୫(ଅରୁଣ କୁମାର ପଣ୍ଡା) ଆଜି ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତ ଅଧିନସ୍ଥ ପାହାଡ଼ ଶିଖରେ ବିରାଜମାନ ମାଁ ରାମଚଣ୍ଡୀ ଶକ୍ତି ପୀଠରେ ଛତ୍ରପୁରର ମାନ୍ୟବର ବିଧାୟକଙ୍କ ନେତୃତ୍ୱ ରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଛତ୍ରପୁର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବି ଯେ ପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ସରୋଜ ସାବତ, ବ୍ରହ୍ମପୁର ର ସମାଜ ସେବୀ ଶିବ ପ୍ରସାଦ ଦାସ ଅତିଥି ଭାବେ ଯୋଗ ଦେଇଥିଲେ l ସର୍ବ ପ୍ରଥମେ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ ସମସ୍ତ ଅତିଥି ବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ l ପରେ ପୂଜା କମିଟି ସଭାପତି ଶ୍ରୀ CH ଦୟାନନ୍ଦ ରେଡ୍ଡୀ, ଉପସଭାପତି ଦିବାକର ନାୟକ, ଶିବରାମ ନାୟକ, ରାଜେନ୍ଦ୍ର ପଲେଇ, ବରିଷ୍ଟ ପରାମର୍ଶ ଦାତା ତ୍ରିପତି ବାଲାଜୀ ମିଶ୍ର, ସୁଧୀର ମହାରଣା, କୋଷାଧକ୍ଷ କୁଞ୍ଜ ନାୟକ ଓ ଗୋବର୍ଧନ ନାୟକଙ୍କ ସହିତ ମନ୍ଦିର ଚତୁର୍ପାଶ୍ୱ, ହନୁମାନ ମନ୍ଦିର, ରାମ କୁଣ୍ଡ ଓ ପକୃତିକ ସ୍ଵନ୍ଦର୍ଯ୍ୟ ଭରା ପୀଠର ଚତୁର୍ପାଶ୍ୱ ବୁଲି ଦେଖେଇବା ପରେ ମାଁ ରାମଚଣ୍ଡୀ ଙ୍କ ନାଁ ରେ ମା’ ପାଇଁ ବୃକ୍ଷ ରୋପଣ କରାଯାଇଥିଲା ଶେଷରେ ମାନ୍ୟବର ଛତ୍ରପୁର ବିଧାୟକ ଏହି କାର୍ଯ୍ୟକ୍ରମ ପାଇଁ ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟି ଧନ୍ୟବାଦ ଦେବା ସହିତ ସଂଯୋଜକ କମଳ ପଣ୍ଡା ଓ ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ l
