March 10, 2026

ନବରଙ୍ଗ ପୁର ଠାରେ ଗୁରୁ ଦିବସ ପାଳିତ ଯୋଗଦେଲେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୫୦ ଜଣ 

IMG-20250906-WA0014
Share

 

 

 

 

 

ନବରଙ୍ଗପୁର, ୫/୯(ଦିନାନ୍ସୁ ଆଚରି)-

ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ବଡ ଡାଇଭଟା ରାସ୍ତା ଫାର୍ମ ହାଉସ ଠାରେ ଏକ ବନ୍ଧୁମିଳନ, ନୂଆଖାଇ ଭେଟଘାଟ ପାଳିତ ହୋଇଛି । ଆବାହକ ଶିକ୍ଷକ ସୁଜିତ୍ ପାଢୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୫୦ଜଣରୁ ଉର୍ଦ୍ଧ ଗୁରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । ସମସ୍ତ ଗୁରୁଙ୍କୁ ଶ୍ରୀଯୁକ୍ତ ପାଢ଼ୀ ତିଳକ ଲଗାଇ ପୋଲାପ ଫୁଲ ସହିତ ସମ୍ବର୍ଦ୍ଧିତ କରି ଥିଲେ । ଏହି କାର୍ଯ୍ୟକ୍ରମରେ ନିଜ ନିଜ ବୃତ୍ତି ଗତ କାର୍ଯ୍ୟରେ କୃତିତ୍ୱ ଅର୍ଜନ କରିଥିବା କୃଷକ, ଶିକ୍ଷକ, ସାମ୍ବାଦିକ, ଏଲାଇସି ଡିଇଓ, ଏଜେଣ୍ଟ, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ସୌହାଦ୍ୟ ପୁର୍ଣ୍ଣ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସମସ୍ତେ ଆଲିଙ୍ଗନ କରି ଖୁସି ମନାଇବା ସହ ଆସର ଜମାଇ ଥିଲେ । ଯୁବ ପୀଢ଼ି କିଭଳି ଆତ୍ମ ନିର୍ଭର ଶିଳ ହୋଇ ଭବିଷ୍ୟତ ଗଠନ କରିବେ ସେନେଇ ଆହ୍ଵାନ ଦେଇଥିଲେ । ଗୁରୁ ଶିଷ୍ୟ ପରମ୍ପରା ସୁରକ୍ଷିତ ଓ ଆମ ସମ୍ବଳ ହୋଇ ରହିବ ସେନେଇ ଆଲୋଚୋନା ହୋଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଓଜେୟୁ ରାଜ୍ୟ ସମ୍ପାଦକ ଶ୍ରୀ ହରିଶ କୁମାର ପଟ୍ଟନାୟକ. ଧରିତ୍ରୀ ପ୍ରତିନିଧି ସଦାଶିବ ପ୍ରହରାଜ. ଏଲଆଇସି ଶାଖା ପରି ଚାଳକ ଜୟପୁର ରାଧା ଶ୍ୟାମ ସାହୁ. ଆଇନଜୀଵୀ ରାମ ମହାନ୍ତି. ସୁଜିତ ପଟ୍ଟନାୟକ. ଅଶୋକ ପ୍ରହରାଜ ଙ୍କ ସମେତ ଏକାଧିକ ଗୁରୁ ମାନେ ଯୋଗ ଦେଇ ଥିଲେ.