ଗୁଆଳି ପଞ୍ଚାୟତ ଖୁଟୁଗୁଡା ଗ୍ରାମରେ ନିର୍ମାଣ ହେଉଥିବା ନୂତନ ଗୃହ କାହା ସ୍ୱାର୍ଥ ରେ.

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଗୁଆଳି ପଞ୍ଚାୟତ ଖୁଟ ଗୁଡା ଗ୍ରାମରେ ବିନା ସୂଚନା ଫଳକରେ ଏକ ନୂତନ ଗୃହ ନିର୍ମାଣ ଦୀର୍ଘ ଦିନ ହେବ ଚାଲିଛି ଅଭିଯୋଗ ହେଲେ ନିର୍ମାଣ କାମ ବନ୍ଦ ହେଉଛି ଏହାର ରହସ୍ୟ କଣ ବୋଲି ଜନସାଧାରଣ ରେ ଆଲୋଚନା ଜୋର ଧରିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଆଜି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ସମରଥ ଙ୍କୁ ସରପଞ୍ଚ ମନମତି ପୂଜାରୀ ଲିଖିତ ଜଣାଇ ଥିବା ଜଣାଯାଇଛି.2023ଆର୍ଥିକ ବର୍ଷ ରେ ଆମ ଓଡିଶା ନିବୀନ ଓଡିଶା ଯୋଜନା ରେ ପ୍ରତି ପଞ୍ଚାୟତ କୁ ପଚାଶ ଲକ୍ଷ ଟଙ୍କା ଅନୁଦାନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଗଲା କିନ୍ତୁ ପଞ୍ଚାୟତ ର କୌଣସି ଜନ ପ୍ରତିନିଧି ଅବଗତ ନ ଥିବାର ଜଣାଯାଇଛି. କିମ୍ବା କୌଣସି ଜିଓ ଟେଗ ହୋଇନାହିଁ. ଗ୍ରାମସଭା କିମ୍ବା ପୋଲିସଭା ମଧ୍ୟ ହଇ ନ ଥିବା ଚିଠି ରେ ଉଲେଖ ରହିଛି. କେବଳ 42ଲକ୍ଷ ର କାମ ଅକ୍ସନ ପ୍ଲାନରେ ରହିଥବା ଜଣାଯାଇଛି. ବଣିଆ ଗୁଆଳି ସମେତ ପଞ୍ଚାୟତ ବାସି ଦୁଇ ବର୍ଷ ରୁ ଅଧିକ ଦିନ ହେବ ଜ଼ିଲ୍ଲା ପାଳ ଏବଂ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଆସୁଛନ୍ତି କିନ୍ତୁ ତଦନ୍ତ ରେ ଶିଥିଳତା ଯୋଗୁଁ ଆଜି ପୁନର୍ବାର ସ୍ଥାନୀୟ ବିଡ଼ିଓ ଏବଂ କୋରାପୁଟ ସିଡିଓ ଙ୍କୁ ଲିଖିତ ଜଣାଇ ଥିବା ସରପଞ୍ଚ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି I ଦାଇତ୍ୱ ରେ ଥିବା ଡବଲ ଏଇଇ ସନ୍ତୋଷ ବାଗସିଂ ଓ ଏଇ ରୋମାକାନ୍ତ ନାୟକ ଙ୍କ ମନ ଇଚ୍ଛା ରେ ନିର୍ମାଣ ହେଉଥିବା ଏହି ଗୃହ ର ନାମ ଓ ନିର୍ମାଣ ହେଉଥିବା ସ୍ଥଳ ର ଟ୍ରେସ ମେପ ସହ ସମସ୍ତ କାଗଜ ପତ୍ର ଇତ୍ୟାଦି ତଦନ୍ତ କରାଯାଉ. ତଦନ୍ତ ସମାପ୍ତ ହବା ପର୍ଯ୍ୟନ୍ତ ଉକ୍ତ କାମ ବନ୍ଦ କରିବା ପାଇଁ ଅଞ୍ଚଳ ବାସି ଦାବିକରିଥିବା ଜଣାଯାଇଛି. ଏ ନେଇ ଏଇ ଶ୍ରୀ ନାୟକ ଙ୍କୁ ଯୋଗାଯୋଗ କରିବାରୁ ବିଡ଼ିଓ ଏବଂ ଡବଲ ଏଇଇ ଙ୍କ ସହ ଅଞ୍ଚଳ ଗସ୍ତ କରିଥିଲୁ 40ଲକ୍ଷ ଟଙ୍କା କାମ ନ ହୋଇଥିବାରୁ ଫେରିଗଲା ବୋଲି ଗଣ ମାଧ୍ୟମକୁ ସୂଚନା ଦେଇ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
