March 12, 2026

ଆନ୍ଧ୍ର ପ୍ରଦେଶ ପଥର କ୍ୱାରି ରେ ମୃତ୍ୟୁ ବରଣ କରିଥିବା ଦୁଇ ପରିବାର ଙ୍କୁ ଭେଟିଲେ ମୋହନା ବିଧାୟକ ଦାଶରଥି …

IMG-20250806-WA0054
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଢେପାଗୁଡା ଗ୍ରାମ ପଞ୍ଚାୟତ ର ଦୁଇ ଜଣ ଶ୍ରମିକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇ ଚଳିତ ମାସ ତିନି ତାରିଖ ଦିନ ପଥର ଫୁଟାଇବା ବେଳେ ଅସାବଧାନତା ହେତୁ ପଥର ତଳେ ଚାପି ହୋଇ ଛ ଜଣ ମୃତ୍ୟୁ ବରଣ କରିଥିଲେ। ସେଥି ମଧ୍ୟରୁ ଗଜପତି ଜିଲ୍ଲା ମୋହନା ବ୍ଲକ ର ଦୁଇ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ଆଜି ମୋହନା ବିଧାୟକ ମୃତ୍ୟୁ ବରଣ କରିଥିବା ପରିବାର ଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି କାମନା କରିବା ସହ ତାଙ୍କ ପରିବାର ଙ୍କୁ ସାନ୍ତ୍ଵନା ଦେଇ ଫେରିଛନ୍ତି। ଏବଂ ଦୁଇ ପରିବାରଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିବା ସୂଚନା ମିଳିଛି। ଅଧିକ ସାହାଯ୍ୟ ନିମନ୍ତେ ସରକାରଙ୍କ ଠାରେ ଦାବୀ କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ଥାନୀୟ ବିଧାୟକ ଙ୍କ ସହ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବ୍ଲକ କଂଗ୍ରେସ ସଭାପତି ରମେଶ ବିଷୋୟୀ, ସରପଞ୍ଚ ଏବଂ ସମିତି ସଭ୍ୟ ଙ୍କ ସମେତ ଏକାଧିକ କର୍ମୀ ମୃତ୍ୟୁ ବରଣ କରିଥିବା ପରିବାର ଙ୍କୁ ଭେଟି ସାନ୍ତ୍ଵନା ଦେଇଥିବା ପ୍ରକାଶ।