October 5, 2024

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ , ଅଭିଯୁକ୍ତ ଫେରାର

Share

ବୁଗୁଡା : ତା ୦୬/୦୭/୨୪ : ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଘୋଡାପଡା ଗ୍ରାମର ଜନୈକ ଯୁବକ ଖଣ୍ଡାରେ ଆକ୍ରମଣ ଯୋଗୁଁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ଯୁବକ ଜଣକ ହେଲେ ଯୋଗୀ ଗୌଡ (୨୨) ।ପ୍ରକାଶ ଯେ , ପୂର୍ବରୁ ଯୋଗୀ ଓ ରବିନ୍ଦ୍ର ଉଭୟଙ୍କ ପରିବାର ମଧ୍ଯରେ ଜମିବାଡି ବିବାଦକୁ ନେଇ ଶତ୍ରୁତା ରହିଥିଲା । ତେବେ ଆଜି ଅପରାହ୍ନରେ ଯୋଗୀ ଗାଁ କୋଠାଘରେ ଅନ୍ୟମାନଙ୍କ ସହ ବସିଥିବା ବେଳେ ରବିନ୍ଦ୍ର ଏକ ଖଣ୍ଡାରେ ତାକୁ ଆକ୍ରମଣ କରି ସେଠାରୁ ଖସି ପଳାଇ ଯାଇଥିଲା । ଆକ୍ରମଣରେ ଯୋଗୀର ବାମ କାନ୍ଧରେ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୋଗୀକୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଏ ନେଇ ଯୋଗୀର ବଡ ଭାଇ ଭିକାରୀ ଗୌଡ ଅଭିଯୋଗ କରିବା ପରେ ପୋଲିସ ଘୋଡାପଡା ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି