April 29, 2026

ଧରାକୋଟ ରେ ମୋ ଘର ସମୀକ୍ଷା ବୈଠକ

fffb7952-5c20-45e7-b999-85dc3a183487
Share


……………………………..
ଧରାକୋଟ,6/7/23
ଗ୍ରାମାଞ୍ଚଳର ବସବାସ କରୁଥିବା ବ୍ୟକ୍ତି ମାନଙ୍କୁ ମୋ ଘର ଯୋଜନା ମାଧ୍ୟମରେ ବ୍ୟାଙ୍କ ଋଣ ପ୍ରଦାନ ସହ ସୁବିଧା ରେ ନୂତନ ଭାବେ ଗୃହ ନିର୍ମାଣ ସକାଶେ ସରକାର ଆରମ୍ଭ କରିଛନ୍ତି ମୋ ଘର ଯୋଜନା। ଏହି ଯୋଜନାରେ ନୂତନ ଗୃହ ନିର୍ମାଣ,ଉନ୍ନତିକରଣ ଓ ଗୃହ ସମ୍ପ୍ରସାରଣ ମଧ୍ୟ ହୋଇପାରିବ । ଋଣ ମଞ୍ଜୁରୀ ପ୍ରକ୍ରିୟାକୁ ସରଳୀକରଣ କରି ସମସ୍ତେ ଯେପରି ଏଥିରୁ ଉପକୃତ ହେବେ ସେଇଥି ପାଇଁ ବ୍ଲକ ପ୍ରଶାସନ ଆଗଭର ହୋଇଛି । ରାଜସ୍ୱ ବିଭାଗ ତରଫରୁ ତହସିଲଦାର ଆୟ ଓ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବା,ନିଜ ନାମରେ ରେକର୍ଡ ଭୁକ୍ତ ଜାଗା ନଥିଲେ ଦାଖଲ ଖାରଜ ସୂତ୍ରରେ ଜମିର ମାଲିକାନା ସତ୍ଵ କୁ ନିଜ ନାମରେ କରିପାରିବେ ବୋଲି ବୈଠକ ରେ ଆଲୋଚନା ହୋଇଥିଲା । ଆବଶ୍ୟକ ସ୍ଥଳେ ସହ ଋଣ ଗ୍ରହୀତା ପାଇଁ ଗୃହର ଅଂଶୀଦାର ମାନେ ସମ୍ମତି ପ୍ରଦାନ କରିପାରିବେ । ପ୍ରଥମ ବର୍ଷକୁ ବାଦ ଦେଇ ଦ୍ଵିତୀୟ ବର୍ଷ ଠାରୁ ବ୍ୟାଙ୍କ ନିୟମ ଅନୁସାରେ ହିତାଧିକାରୀ ଋଣ କିସ୍ତି ଅନୁଯାୟୀ ସୁଝିବେ ।ଏହି ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀ ସାମିଲ ପାଇଁ ଏକ ସମୀକ୍ଷା ବୈଠକ ବ୍ଲକ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି ଡି ଓ ଡେନିସ ବେହେରା,ତହସିଲଦାର କବିରାଜ ପ୍ରଧାନ, ଏ ବି ଡି ଓ ସୁଶୀଲ ପଟନାୟକ, ସି ପି ଲମ୍ବୋଦର ଗୌଡ଼ , ବି ପି ଏମ ପ୍ରତାପ ସ୍ୱାଇଁ,ସହକାରୀ ଯନ୍ତ୍ରୀ ଶାରଦା ପ୍ରାସାଦ ପ୍ରଧାନ ଯୋଗଦେଇଥିବା ବେଳେ ବ୍ଲକ ପ୍ରକଳ୍ପ ସଂଯୋଜକ କୃଷ୍ଣ କାନ୍ତ ପଣ୍ଡା ଏହାର ପରିଚାଳନା କରିଥିଲେ । ମୋ ଘର ପୋର୍ଟାଲ ରେ ଜନସେବା କେନ୍ଦ୍ରରେ କେତେ ହିତାଧିକାରୀ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେ ହିତାଧିକାରୀ ଙ୍କ ଆବେଦନ ମଞ୍ଜୁର ହୋଇଛି ତାହା ଉପରେ ସମୀକ୍ଷା କରାଯାଇଥିଲା । ସମ୍ପ୍ରତି ବି ଡି ଓ ଙ୍କ ନିକଟକୁ 187 ଗୋଟି ଆବେଦନ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ 20 ଜଣ ହିତାଧିକାରୀଙ୍କ ଋଣ ମଞ୍ଜୁର ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖା କୁ ପଠାଯାଇଥିବା ପ୍ରକଳ୍ପ ସଂଯୋଜକ କୃଷ୍ଣ କାନ୍ତ ପଣ୍ଡା ପ୍ରକାଶ କରିଥିଲେ । ଆଗାମୀ ଦିନରେ ଅଧିକରୁ ଅଧିକ ହିତାଧିକାରୀ ଯେପରି ଏଥିରେ ସାମିଲ ହୋଇ ଏହାର ସୁଯୋଗ ନେବେ ସମସ୍ତେ ଏଥିପାଇଁ ସହଯୋଗ କରିବା ପାଇଁ ବି ଡି ଓ ନିର୍ଦ୍ଦେଶ ଦେଇଥିଲେ।

ଗଞ୍ଜାମରୁ ଜଗନ୍ନାଥ ପାଣିଗ୍ରାହୀ

You may have missed