March 12, 2026

ଜୟପୁର ସେବା କାଗଜ କଳ କର୍ମଚାରୀଙ୍କ

da8ca5cc-d5d3-4109-9226-36a9a7cc44c6
Share


ସାଧାରଣ ବୈଠକ
ଜୟପୁର,୫।୭ ( ଉପାନ୍ତ ଓଡିଶା ) ଆଜି ବୁଧବାର ଅପରାହ୍ନ ଘ୫.୩୦ମି ସମୟରେ ଜୟପୁର ସ୍ତିସ୍ଥ ଏକ କଲ୍ୟାଣ ମଣ୍ଡପ ଠାରେ ସେବା କାଗକ କଳର ୪ଟି ସଂଘ ର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲ୍ଲାକା ମହୋଦୟ ଆଜିର ସଭାରେ ଯୋଗ ଦେଇଥିଲେ । ଏହି ସଭାରେ କାଗଜ କଳ ଓ ଶ୍ରମିକ ମାନଙ୍କ ସମସ୍ୟା ବୁଝିବା ଏବଂ ବିଶେଷ କରି ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଏବଂ କାରଖାନା ବିକ୍ରି ଓ ଶ୍ରମିକ ମାନଙ୍କ ସ୍ବାର୍ଥ ବିଷୟରେ ଆଗାମୀ ୨୦ ତାରିଖରେ ସଂସଦ ରେ ହେବାକୁ ଥିବା ବର୍ଷା କାଳୀନ ଅଧିବେଶନ ରେ ପ୍ରଶ୍ନ ଉଠେଇବା ପାଇଁ ସବିଶେଷ ବିଷୟ ବୁଝିବାକୁ କର୍ମଚାରୀଙ୍କ ଅନୁରୋଧ ରକ୍ଷାକରି ଏହି ବୈଠକ ରେ ସାଂସଦ ଯୋଗ ଦେଇଥିଲେ। ସେବା କାଗଜ କଳର କର୍ମଚାରୀଙ୍କ ସମସ୍ତ ବିଷୟରେ ଲିଖିତ ଭାବେ ଦେଇଥିବା ପ୍ରସଙ୍ଗକୁ ନେଇ ଆସନ୍ତା ବର୍ଷା କାଳୀନ ଅଧିବେଶନରେ ସଂସଦରେ ପ୍ରଶ୍ନ ଉଠାଇବି ବୋଲି କହିଥିଲେ । ଏହି ସଭାରେ ସମସ୍ତ ସ୍ଥାୟୀ ଶ୍ରମିକ ଓ ଚାରୋଟି ସଂଙ୍ଘର କାର୍ଯ୍ୟକର୍ତ୍ତା, କଣ୍ଟ୍ରାକ୍ଟର ଶ୍ରମିକ ଓ ସଂଙ୍ଘ କାର୍ଯ୍ୟକର୍ତ୍ତା, ସେକ୍ୟୁରିଟି ଗାର୍ଡ, ସମସ୍ତ ଅବସରପ୍ରାପ୍ତ ଶ୍ରମିକ ଏବଂ ମୃତ ଶ୍ରମିକ ମାନଙ୍କ ବିଧବା ପତ୍ନୀ ପରିବାର ସଦସ୍ୟ ମାନେ ଏହି ସଭାରେ ବହୂ ସଂଖ୍ୟା ରେ ଯୋଗଦାନ କରିଥିଲେ । ଏବଂ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଜଣେଇଥିଲେ ଯାହାକି ସାଂସଦ ଶପ୍ତଗିରି ଶଙ୍କର ଉଲ୍ଲକା ଭାରତ ବର୍ଷର ସଂସଦରେ ପ୍ରତିଧ୍ୱନୀତ କରିବେ ବୋଲି ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଆଜିର ଏହି ବୈଠକକୁ ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା ବେଳେ ଫାଷ୍ଟ ୟୁନିଅନ ଆବାହକ ଅବସରପ୍ରାପ୍ତ ଶ୍ରମିକ ସମୁହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା